ବଜ୍ରପାତରେ ଜଣେ ମୃତ, ୩ ଗୁରୁତର

0

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ରାଇପୁର ଗାଁରେ ଅଘଟଣ । ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ଜଣ ଗୁରୁତର ଅବସ୍ତାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

 

ସୂଚନା ଅନୁଯାୟୀ, ନାରଙ୍ଗପୁର ଗ୍ରାମର କିଛି ଲୋକେ ରାଇପୁର ଠାରେ ନିଜ ନିଜ ଧାନ ବିଲରେ ତଳି ପକେଇବାକୁ ଯଇଥିଲେ । ବର୍ଷା ହେବାରୁ ୪ଜଣ ଚାଷୀ ଏକା ସାଙ୍ଗରେ ସେଠାରେ ଥିବା ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ଘଟିବାରୁ କାହ୍ନୁ ଚରଣ ସାହୁ ନାମକ ଚାଷୀ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.