ବଲାଙ୍ଗୀର ସହରରେ ଦୁର୍ଘଟଣା

0

ବଲାଙ୍ଗୀର, :  ବଲାଙ୍ଗୀର ସହରରେ ଦୁର୍ଘଟଣା। ସହର ଦୁର୍ଗା ମନ୍ଦିର ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟମାଟୋ ବୋଝେଇ ଗାଡି ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।

ତେବେ ଉଭୟ ମୃତାହତଙ୍କ ଘର ବଲାଙ୍ଗୀର ବ୍ରାହ୍ମଣ ପଡା ବୋଲି ଜଣାପଡିଛି । ମୃତ ଜଣକ ହେଲେ ପ୍ରମିଳା ମହାପାତ୍ର ଓ ଗୁରୁତର ଜଣକ କୋଶଳ କିଶୋରୀ ସିଂ। ଉଭୟ ଶୁକ୍ରବାର ସକାଳେ ବରଗଡ଼ ଆଡୁ ଆସୁଥିଲେ । ସେମାନେ ସକାଳେ ମର୍ଣ୍ଣିଂ ଓ୍ୱାକ୍ ସାରି ଘରକୁ ଫେରୁଥିଲେ ।  ଏହି ସମୟରେ ଏକ ଟମାଟୋ ବୋଝେଇ ବୋଲେରୋ  ଭାରସାମ୍ୟ ହରାଇ ଉଭୟଙ୍କୁ ଧକ୍କା ଦେଇଥିଲା।

ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ  ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ  ଭର୍ତ୍ତି କରାଯାଇଛି। ତେବେ ଧକ୍କା ଦେଇ ଥିବା ଗାଡି ଡ୍ରାଇଭର ସହ ଗାଡିକୁ ବଲାଙ୍ଗୀର ଟାଉନ ଥାନା ପୋଲିସ ଅଟକ ରଖିଛି।

Leave A Reply

Your email address will not be published.