ବାଲେଶ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

0

ଭୁବନେଶ୍ବର : ବାଲେଶ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ୯୯୦ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ଜବତ ହୋଇଛି । ବାଲେଶ୍ବର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ମଥାନୀ ଛକ ନିକଟରେ ଏସଟିଏଫ ଚଢାଉ କରିଥିଲା । ଫଳରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଦଶ ଚକିଆ ଗାଡି ଜବତ ହୋଇଛି ।

ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ କୋଦଳା ଅଞ୍ଚଳର ପ୍ରଭାତ କୁମାର ସାହୁ । ଗଞ୍ଜାମରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଗଞ୍ଜେଇ ଧରାପଡିଛି । ଟ୍ରକ୍ ର ସିକ୍ରେଟ୍ ଚାମ୍ବର ଭିତରେ ଗଞ୍ଜେଇ ରଖି ଚୋରା ଚାଲାଣ କରୁଥିଲେ ବେପାରୀ । ଏହି କାରବାରରେ ଅନ୍ୟ କାହାର ଲିଙ୍କ୍ ରହିଛି ସେ ନେଇ ଖୋଳତାଡ କରୁଛି ଏସଟିଏଫ ।

Leave A Reply

Your email address will not be published.