ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ

0

ଚମ୍ପୁଆ:ଚମ୍ପୁଆ ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ। ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଗାଁ ମୁହାଁ ହେଉଛନ୍ତି ହାତୀପଲ । ଭାଙ୍ଗୁଛନ୍ତି ଘର ଓ ନଷ୍ଟ କରୁଛନ୍ତି ଚାଷୀଙ୍କ ଫସଲ।  ହାତୀ ଉପଦ୍ରବକୁ ନେଇ ଚିନ୍ତାରେ ଗ୍ରାମବାସୀ। ଏହି ହାତୀପଲରେ  ୨୩ ଟି ହାତୀ ରହିଛନ୍ତି । ଜାମୁଦଲକ, କୋଦଗଡ଼ିଆ, ମିରିଗିସିଙ୍ଗା ଆଦି ଅଞ୍ଚଳରେ ଉପଦ୍ରବ କରିବା ପରେ ହାତୀପଲ ଏବେ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ରହିଥିବା ସୂଚନା ମିଳିଛି ।

ଗତ ରାତିରେ ହାତୀପଲ କୋଦଗଡ଼ିଆ ଗାଁରେ ପଶି ଶିବନାଥ ମହନ୍ତଙ୍କ ଘରକୁ ବ୍ୟାପକ ଭଙ୍ଗାରୁଜା କରି ଆସବାବପତ୍ର ନଷ୍ଟ କରିଦେଇଥିଲେ । ଏଥିସହ ଘରେ ଥିବା ଧାନ,ଚାଉଳ ସବୁ ହାତୀ ଖାଇଦେଇଥିଲେ । ତେବେ ହାତୀପଲ ଆସିବା ନେଇ ପୂର୍ବରୁ  ବନ କର୍ମଚାରୀ ଗ୍ରାମବାସୀଙ୍କୁ ସତର୍କ କରାଇଥିଲେ।  ଯାହା ଫଳରେ  ଶିବନାଥଙ୍କ ପରିବାର ଘରୁ ବାହାରକୁ ଚାଲିଯାଇଥିବାରୁ ସେମାନେ ସୁରକ୍ଷିତ ରହିପାରିଥିଲେ ।

କ୍ଷୟକ୍ଷତି  ଆକଳନ କରାଯାଇ  ନିୟମ ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.