ବନ୍ଧାହେଲା ଏଟିଏମ୍ ଲୁଟର ମୁଖ୍ୟ ଅଭିଯୁକ୍ତ

0

ଭୁବନେଶ୍ବର : ଧରାପଡିଲା ଏଟିଏମ୍ ଲୁଟର ମୁଖ୍ୟ ଅଭିଯୁକ୍ତ । ରାଜଧାନୀ ଭୁବନେଶ୍ବରରୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ୍ । ଏକ ଦାମୀ କାର୍ ସହ ଲୁଟେରାକୁ ଗିରଫ କରିଛି ପୋଲିସ । ଗିରଫ ମାଷ୍ଟରମାଇଣ୍ଡ ନିକଟରୁ ୯୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।

ସାରା ଦେଶରେ ଏହି ଲୁଟେରାମାନେ ଏଟିଏମ୍ ଲୁଟୁଥିଲେ । ଅଭିନବ ଉପାୟରେ ବିଭିନ୍ନ ଏଟିଏମକୁ ଯାଇ ସେଠାରୁ ଏମାନେ ଟଙ୍କା ଲୁଟୁଥିଲେ । ଯେଉଁ ଗ୍ରାହକମାନେ ଏଟିଏମକୁ ଟଙ୍କା ଉଠାଇବାକୁ ଯାଉଥିଲେ ବିଭିନ୍ନ ପ୍ରକାର ଡିଭାଇସ୍ ଲଗାଇ ସେମାନଙ୍କ ଟଙ୍କାଙ୍କୁ ବ୍ରେକ୍ କରୁଥିଲେ । କିଛି ସମୟ ପରେ ଯାଇ ସେହି ଟଙ୍କାକୁ ନିଜେ ନେଇଆସୁଥିଲେ । ଏହିଭଳି ଉପାୟରେ ଏଟିଏମ୍ ରୁ ଏମାନେ ଟଙ୍କା ଲୁଟୁଥିଲେ ।

ତେବେ ଫରିଦାବାଦରୁ ଏହି ୩ ଲୁଟେରା ଆସିଥିବା ପୋଲିସ ଖବର ପାଇଥିଲା । ଏମାନଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ । ବୁଧବାର ଦୁଇ ଜଣ ଗିରଫ ହୋଇଥିବା ବେଳେ ଖିସିଯାଇଥିଲା ମାଷ୍ଟରମାଇଣ୍ଡ । ତେବେ ଗୁରୁବାର ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ପୋଲିସ । ଏନେଇ ଅଧିକ ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.