ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

0

ଫୁଲବାଣୀ, : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପଟାବାଲି ସାହିରେ ଏହି ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳର ପ୍ରଶାନ୍ତ କୁମାର ପାଣିଗ୍ରାହୀ ନାମକ ଜଣେ ଜଣାଶୁଣା ବ୍ୟବସାୟୀ ତଥା ପୂର୍ବତନ ରୋଟାରୀ ସଭାପତିଙ୍କ ଘରୁ ଲୁଟ୍ ହୋଇଛି। ପାଖାପାଖି ୫୦ ତୋଳା ସୁନା ଓ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ଗତକାଲି ସିନ୍ଧ୍ୟାରେ ଫୁଲବାଣୀ ସହରର ପଟାବାଲି ସାହିର ବ୍ୟବସାୟୀ ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ପୁଅ ଓ ବୋହୁ ସମସ୍ତେ ବ୍ରହ୍ମପୁର ଯାଇଥିଲେ। ବ୍ୟବସାୟୀ ପ୍ରଶାନ୍ତ ଏକୁଟିଆ ଘରେ ଥିବା ସମୟରେ ରାତି ପ୍ରାୟ ୧୦ଟା ସମୟରେ ତିନିଜଣ ଦୁର୍ବୃତ୍ତ ହଠାତ୍ ଘର ଭିତରକୁ ପଶିଆସିଥିଲେ। ପ୍ରଶାନ୍ତ ଏକୁଟିଆ ଥିବାର ସୁଯୋଗ ନେଇ ପ୍ରଶାନ୍ତଙ୍କୁ ବନ୍ଧୁକ ଦେଖାଇ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ। ଏହାପରେ ତାଙ୍କୁ ଟଙ୍କା ପଇସା କେଉଁଠି ଅଛି ବୋଲି ପଚାରିଥିଲେ। ପ୍ରଶାନ୍ତ ଜୀବନ ଭୟରେ କହି ଦେଇଥିଲେ। ଏହାପରେ ତିନିଜଣ ଦୃର୍ବୁତ୍ତ ଆଲମିରାର ଲକର ଭାଙ୍ଗି ପାଖାପାଖି ୫୦ ତୋଳା ସୁନା ଓ ଲକ୍ଷାଧିକ ଟଙ୍କା ନେଇ ଚାଲିଯାଇଥିଲେ।

ଏହାପରେ ପ୍ରଶାନ୍ତ ପାଣିଗ୍ରାହୀ ପୁଲିସକୁ ଏନେଇ ଖବର ଦେଇଥିଲେ। ଖବରପାଇ ଫୁଲବାଣୀ S.D.P.O ମହେନ୍ଦ୍ର ନାଥ ମୁର୍ମୁ ଓ ଟାଉନ୍ ଥାନା IIC ସୁଶାନ୍ତ କୁମାର ସେଠି ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଚୋର ଓ ଡକାୟତମାନଙ୍କ ସନ୍ଧାନ ମିଳିନାହିଁ।

Leave A Reply

Your email address will not be published.