ବାଙ୍ଗାଲୋର ଟିମ୍‌କୁ ଲାଗିଛି ଜୋରଦାର ଝଟ୍‌କା, ଷ୍ଟାର୍‌ ଖେଳାଳି ଡାନିଏଲ୍‌ ସାମ୍ସ କରୋନା ସଂକ୍ରମିତ ଚିହ୍ନଟ

0

ନୂଆଦିଲ୍ଲୀ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଆଇପିଏଲ୍‌ର ୧୪ତମ ସିଜିନ୍‌ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ବାଙ୍ଗାଲୋର ଟିମ୍‌କୁ ଲାଗିଛି ଜୋରଦାର ଝଟ୍‌କା । ଆରସିବିର ଷ୍ଟାର୍‌ ଖେଳାଳି ଡାନିଏଲ୍‌ ସାମ୍ସ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ତାଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଇପିଏଲ୍‌ ଚଳିତ ସିଜିନ୍‌ ଆରମ୍ଭ ହେବା ପୂର୍ବରୁ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଖାସ୍‌ କରି ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏସବୁ ଭିତରେ ଜଣେ ଖେଳାଳି କରୋନା ସଂକ୍ରମିତ ହେବା ଟିମ୍‌ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାପୂର୍ବରୁ ଆରସିବିର ଖେଳାଳି ଦେବବତ୍ତ ପାଡିକଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଆଉ ଏବେ ଡାନିଏଲ୍‌ ସାମ୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ବାଙ୍ଗାଲୋର ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଟିମ୍‌ ମ୍ୟାନଜମେଣ୍ଟ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲ୍‌ରେ ଏନେଇ ଆଧିକାରିକ ଭାବେ ସୂଚନା ଦେଇଛି ।

ଏହାପୂର୍ବରୁ ଯେତେବେଳେ ହୋଟେଲରେ ସମସ୍ତ ଖେଳାଳି ପହଞ୍ଚଥିଲେ । ସେତେବେଳେ ସମସ୍ତ ଖେଳାଳିଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲେ । ସେଥିରେ ଡାନିଏଲ୍‌ ସାମ୍ସଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା । ପୁଣି ଏବେ ପଜିଟିଭ୍‌ ଆସିବା ଟିମ୍‌ ପାଇଁ ଚିନ୍ତାର ବିଷୟ ପାଲଟିଛି ।

Leave A Reply

Your email address will not be published.