ବ୍ୟାଙ୍କରୁ ଚୋରି ଉଦ୍ୟମ କଲେ ଦୁର୍ବୃତ୍ତ

0

କରଞ୍ଜିଆ,  :  ବ୍ୟାଙ୍କରୁ ଚୋରି ଉଦ୍ୟମ କଲେ ଦୁର୍ବୃତ୍ତ । ଗେଟ୍ ତାଲା ଭାଙ୍ଗିବା ସହ ସିସିଟିଭି ମଧ୍ୟ ଭାଙ୍ଗିଦେଲେ । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ।

ସୂଚନାନୁସାରେ,  ଶନିବାର  ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କ୍ ଲୁଟ୍ ଉଦ୍ୟମ କରିଥିଲେ । ସେମାନେ  ଗେଟ ତାଲା ଭାଙ୍ଗିବା ସହ ଭାଙ୍ଗିବା ସହ ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି । ତେବେ ଟଙ୍କା ଲୁଟ୍ ହୋଇଛି ନା ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ବାରିପଦାରୁ ସାଇଣ୍ଟିଫିକ ଟିମ ଆସିଲାପରେ  ଅଧିକ ତଦନ୍ତ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.