ବାପା-ମା, ଭଉଣୀ ଓ ଆଈକୁ ଗୁଳି କରି ହତ୍ୟା କଲା ୨୦ ବର୍ଷର ପୁଅ,

0

ରୋହତକ  : ହରିୟାଣା ରୋହତକର ବିଜୟ ନଗରରେ ପୋଲିସ ୪ ଜଣଙ୍କ ହତ୍ୟା ମାମଲାର ଖୁଲାସା କରିଛି। ବୁଧବାର ଦିନ ପୋଲିସ କହିଛି ଯେ ପରିବାରର ୪ ସଦସ୍ୟଙ୍କ ହତ୍ୟା ଆଉ କେହି ନୁହେଁ ବରଂ ଘରର ୨୦ ବର୍ଷର ପୁଅ କରିଛି। ପ୍ରପର୍ଟି ଡିଲରଙ୍କ ୨୦ ବର୍ଷର ପୁଅ ନୁଜ ବାପା, ମା’, ଭଉଣୀ ଓ ଆଈଙ୍କୁ ଗୁଳି କରି ହତ୍ୟା କରିଛି। ମାମଲା ସମ୍ପର୍କରେ ରୋହତକ ଏସପି ରାହୁଲ ଶର୍ମା ବୁଧବାର ଦିନ ଗଣମାଧ୍ୟମରେ କହିଛନ୍ତି ଯେ ପ୍ରପର୍ଟି ଡିଲର ପ୍ରଦୀପଙ୍କ ପୁଅ ଅଭିଷେକ ଅଗଷ୍ଟ ୨୭ ତାରିଖରେ ପରିବାରର ୪ ଜଣଙ୍କୁ ହତ୍ୟା କରିଥିଲା। ହତ୍ୟା ପଛରେ ବ୍ୟକ୍ତିଗତ ଆଚରଣ, ଆର୍ଥିକ ବିବାଦ କିମ୍ବା ଆଉ କିଛି କାରଣ ହୋଇଥାଇପାରେ। ସେ ସମ୍ପର୍କରେ ଏବେ ଯାଏଁ କିଛି ସଠିକ ଜଣାପଡିନାହିଁ ବୋଲି ସେ କହିଛନ୍ତି।

ଏସପି କହିଛନ୍ତି, ଅଭିଷେକକୁ ମଙ୍ଗଳବାର ରାତିରେ ଗିରଫ କରାଯାଇଛି। ତାକୁ ଏକ ସ୍ଥାନୀୟ ଅଦାଲତରେ ପେଶ କରାଯିବ ଓ ପୋଲିସ ରିମାଣ୍ଡ ମଗାଯିବ ଯେପରି ଅଭିଯୁକ୍ତକୁ ଅସ୍ତ୍ର ସମେତ ହତ୍ୟାର କାରଣ ସମ୍ପର୍କରେ ପଚରାଉଚୁରା କରାଯାଇପାରିବ। ସେ କହିଛନ୍ତି ଯେ ହତ୍ୟାରେ ଅଭିଷେକର ସାଙ୍ଗ ଓ ପରିବାର ସହ ଅନ୍ୟ ଲୋକଙ୍କ ସମ୍ପୃକ୍ତିକୁ ଅସ୍ବୀକାର କରାଯାଇ ପାରିବ ନାହିଁ। ସେ କହିଛନ୍ତି ପଡିଶାରୁ ସଂଗ୍ରହ କରିଥିବା ସିସିଟିଭି ଫୁଟେଜ ଓ ଲଗାତାର ଅଭିଷେକକୁ ପଚରାଉଚୁରା କରି ମାମଲାର ଖୁଲାସା କରିବାରେ ସାହାଯ୍ୟ ମିଳିଥିଲା। ହତ୍ୟା ପଛର କାରଣ ଜାଣିବାକୁ ଆଉ କିଛି ଲୋକଙ୍କୁ ପଚରାଉଚୁରା କରାଯାଉଛି। ଆଗକୁ ସବୁ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.