ବାପାକୁ ଖୁଆଇ-ପିଆଇ ଜିଅନ୍ତା ଜାଳିଦେଲା ଝିଅ

0

କୋଲକାତା : ନୃଶଂସତାର ଟପିଗଲା ସବୁ ସୀମା । ଜନ୍ମକଲା ବାପାକୁ ହୋଟେଲରେ ଖାଇବାକୁ ଦେବା ପରେ ଜିଅନ୍ତା ଜାଳିଦେଇଛି ଜଣେ ୨୨ ବର୍ଷୀୟ ଝିଅ । ଏମିତି ଏକ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ ରବିବାର ରାତିରେ ମହିଳା ଜଣଙ୍କ ବାପାକୁ ନେଇ ରେସ୍ତୁରାଁରେ ଡିନର କରିବା ସହ ମଦ ପିଇବାକୁ ଦେଇଥିଲା । ପରେ ଉଭୟ ବାପା ଓ ଝିଅ ମିଶି ଚଡପାଲ ଘାଟକୁ ବୁଲାବୁଲି କରିବାକୁ ଯାଇଥିଲେ । ତେବେ ଏହି ସମୟରେ ବାପା ନିଶାସକ୍ତ ହୋଇ ସେହି ଘାଟ କୂଳରେ ଶୋଇପଡିଥିଲେ । ଆଉ ଏହାର ଫାଇଦା ନେଇ ଝିଅ ବାପା ଉପରେ କିରୋସିନ୍ ଢାଳି ନିଆଁ ଲଗାଇଦେଇଥିଲା ।

ଆଉ ଏହି ପୂରା ଘଟଣା ସବୁ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ସେପଟେ ପୋଲିସ ଆଗରେ ନିଜର ଅପରାଧକୁ ସ୍ୱିକାର କରିଛି ହତ୍ୟାକାରୀ ଝିଅ । ମୃତକଙ୍କ ସଂପର୍କୀୟ ଜଣଙ୍କ ଥାନାରେ ଏତଲା ଦେବାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ମହିଳାଙ୍କୁ ଜେରା ସମୟରେ ବାପାକୁ ହତ୍ୟା କରିବାର ପୂରା କାରଣ ବଖାଣିଛି ।

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ସେ ଛୋଟଥିବାବେଳେ ତାଙ୍କ ମାଆ ତାଙ୍କୁ ଛାଡିଚାଲିଯାଇଥିଲେ । ଆଉ ମାଆ ଚାଲିଯିବା ପରେ ବାପା ଦ୍ୱାରା ସେ ସର୍ବଦା ଉତ୍ପୀଡନର ଶିକାର ହୋଇଥିଲେ । ପରେ ବିବାହ ପରେ ଏସବୁ ବନ୍ଦ ହୋଇଯାଇଥିଲା । ହେଲେ କିଛିଦିନ ପରେ ମହିଳାଙ୍କ ବିବାହ ବିଛେଦ ହେବା ପରେ ସେ ପୁଣି ଆସି ବାପଘରେ ରହିଥିଲେ ।

ଆଉ ପୁଣିଥରେ ବାପା ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ଶେଷରେ ସେ ବାଧ୍ୟହୋଇ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ । ତେବେ ମହିଳାଙ୍କ ଅଭିଯୋଗରେ କେତେ ସତ୍ୟାସତ୍ୟ ଅଛି ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ୨୯ ମାର୍ଚ୍ଚ ଯାଏଁ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ହେପାଜତରେ ନେଇ ତଦନ୍ତ କରୁଛି ।

 

Leave A Reply

Your email address will not be published.