ବାରହା ଫାଶରେ ପଡି ଦନ୍ତାହାତୀ ମୃତ

0

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଗତ ତିନିଦିନ ପୂର୍ବେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଶିକାରୀଙ୍କ ଦ୍ୱାରା ବନ୍ୟ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାଶରେ ପଡି ଏହି ହାତୀଟିର ମୃତ୍ୟୁ ହୋଇଛି । ହିନ୍ଦୋଳ ବନାଞ୍ଚଳର କନ୍ତାମିଲା ଗ୍ରାମ ନିକଟରେ ଏହି ବିଦ୍ୟୁତ ଫାଶରେ ଦନ୍ତା ହାତୀଟି ପଡି ହୋଇଛି ।

 

ମୃତ ଦନ୍ତା ହାତୀର ବୟସ ପ୍ରାୟ ୭ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଖବର ପାଇ ହିନ୍ଦୋଳ ବନକର୍ମଚାରିମାନେ ପହଂଚି ହାତୀର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛନ୍ତି । ଘଟଣାସ୍ଥଳରୁ ବିଦ୍ୟୁତ ତାର ଜବତ କରି ତଦନ୍ତ ଆରମ୍ଭ କରିଛି ବନବିଭାଗ । ତେବେ ହିନ୍ଦୋଳ ବନାଞ୍ଚଳରେ ଗୋଟିଏ ସପ୍ତାହରେ ଦୁଇ ଦୁଇଟି ଦନ୍ତା ହାତୀର ମୃତ୍ୟୁକୁ ନେଇ ହାତୀ ପ୍ରେମୀଙ୍କ ମହଲରେ ଆଲୋଡନ ସୃଷ୍ଟି କରିଛି ।

Leave A Reply

Your email address will not be published.