ମୁମ୍ବାଇ : ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ମୁମ୍ବାଇରେ ଦେହାନ୍ତ ହୋଇଛି। ହୃଦ୍ଘାତ ହେତୁ ସେ ୭୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଚର୍ଚ୍ଚିତ ସିରିଏଲ ‘ବାଲିକା ବଧୂ’ରେ ‘ଦାଦି ସା’ ଭୂମିକାରେ ଅଭିନୟ କରିଥିବା ସୁରେଖାଙ୍କ ମୃତ୍ୟୁ ଯୋଗୁଁ ହିନ୍ଦୀ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି।
ଅଭିନେତ୍ରୀଙ୍କ ମ୍ୟାନେଜର ତାଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛନ୍ତି। ମ୍ୟାନେଜର କହିଛନ୍ତି ଯେ ସୁରେଖା ଆଉ ନାହାନ୍ତି, ଏହା ଆମ ପାଇଁ ଦୁଃଖଦାୟକ। ଆଜି ସକାଳେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବ୍ରେନ୍ ଷ୍ଟ୍ରୋକ୍ ପରେ ସେ ବହୁତ ଅସୁବିଧାରେ ଭିତରେ ଥିଲେ । ସେ ଦୀର୍ଘ ସମୟ ଧରି ଡାକ୍ତରଖାନାରେ ଭର୍ତ୍ତି ଥିଲେ। ତାଙ୍କର ଫୁସଫୁସରେ ପାଣି ଭରି ହୋଇରହିଥିଲା ଏବଂ ଔଷଧ ଖାଇବା ଦ୍ବାରା ସେତେଟା କୌଣସି ପ୍ରଭାବ ପଡ଼ୁନଥିଲା । ଖବର ଅନୁଯାୟୀ, ସୁରେଖା ୨୦୨୦ ମସିହାରେ ବ୍ରନ୍ ଷ୍ଟ୍ରୋକ୍ର ଶିକାର ହୋଇଥିଲେ। ଏଥିସହ ହୃଦ୍ଘାତ ହେତୁ ଅଭିନେତ୍ରୀଙ୍କ ଆଜି ମୃତ୍ୟୁ ଘଟିଥିବା କୁହାଯାଉଛି।
ସୁରେଖା ଥିଏଟର, ଚଳଚ୍ଚିତ୍ର ଏବଂ ଟିଭିରେ ବହୁତ କାମ କରିଛନ୍ତି । ସେ ୧୯୭୮ ମସିହାରେ ପଲିଟିକାଲ ଡ୍ରାମା ଫିଳ୍ମ ‘କିସ୍ସା କୁର୍ସି କା’ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ସୂରେଖାଙ୍କୁ ସପୋର୍ଟିଂ ଅଭିନେତ୍ରୀ ପାଇଁ ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି।