ବେଆଇନ୍‌ ଭାବେ ଚାଲୁଥିଲା କାଠ କାମ

0

କଣ୍ଟାବାଞ୍ଜି, : କଣ୍ଟାବାଞ୍ଜି ବନ ବିଭାଗ ପକ୍ଷରୁ ରବିବାର ଡୁମେରଚୁଆ ଗାଁରେ ଜଣକ ଘରେ ଚଢ଼ାଉ କରିଥିବା ଜଣାପଡ଼ିଛି । ବେଆଇନ ଭାବେ କାଠ କାମ ଚାଲୁଥିବା ଅଭିଯୋଗରେ ଏହି ଚଢାଉ କରାଯାଇଥିଲା । ଚଢାଉ ସମୟରେ କାଠ ବ୍ୟବସାୟୀ ଫେରାର ହୋଇଯାଇଥିବା ବେଳେ କାଠ ସାମଗ୍ରୀ ଏବଂ କାଠ କାମରେ ବ୍ୟବହୃତ ହେଉଥିବା ଯନ୍ତ୍ର ସହ ବନ ବିଭାଗ କାଠ ମିସ୍ତ୍ରୀକୁ ଗିରଫ କରିବାରେ ସଫଳ ହୋଇଛି ।

କଣ୍ଟାବାଞ୍ଜି ବନ ବିଭାଗ ରେଞ୍ଜର ଶ୍ରଦ୍ଧାଦେବ ବଡମାଲିଆଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିବା ବେଳେ ଫରେଷ୍ଟର ସହ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଆଗକୁ ମଧ୍ୟ ଏଭଳି ବେଆଇନ କାଠ କାମ କରୁଥିବା କାରିଗରଙ୍କ ଉପରେ ଚଢାଉ କରାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.