ବେଆଇନ୍‌ ଲୁହାପଥର ଚାଲାଣରେ ୩ ଗିରଫ

0

ରାଇରଙ୍ଗପୁର :  ବେଆଇନ୍‌ ଭାବେ ବେଧଡ଼କ ଚାଲିଥିଲା ଲୁହାପଥର ଚୋରା ଚାଲାଣ । ଯାହା ଉପରେ ଆକ୍ସନକୁ ଆସିଛି ପୋଲିସ । ବେଆଇନ୍‌ ଲୁହାପଥର ଚାଲାଣ ଅଭିଯୋଗରେ ଅନେକ ଟ୍ରକକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରହିଛି । ଖବର ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଗୋରୁମହିଷାଣି, ସୁଲେଇପାଟ ଓ ବାଦାମପାହାଡ଼ ଅଞ୍ଚଳରୁ ଦୀର୍ଘଦିନ ହେଲା ଲୌହ ପଥର ଝାଡ଼ଖଣ୍ଡକୁ ଚୋରାଚାଲାଣ ହେଉଥିଲା। ମଝିରେ ମଝିରେ ସ୍ପୋଶାଲ ସ୍କ୍ୱାର୍ଡ ଚଢାଉ କରି ଟ୍ରକକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଥିଲା । କିନ୍ତୁ କେବଳ ଗିରଫରେ ହି କାର୍ଯ୍ୟାନୁଷ୍ଠାନ ରହିଯାଇଥିଲା । ପୋଲିସ ଜ୍ଞାତରେ ଏହି ଚୋରାଚାଲାଣ ଚାଲିଥିବାର ଅଭିଯୋଗ ଆସୁଥିଲା । ତେବେ ବାରମ୍ବାର ଖବର ପ୍ରସାରଣ ପରେ ବି ପୋଲିସ ହାତ ଧରି ବସୁଥିଲା । ଯାହାଫଳରେ ଅଞ୍ଚଳରେ ବଢିଚାଲିଥିଲା ଚୋରା ଚାଲାଣ । ତେବେ ନୂତନ ପୂର୍ବାଞ୍ଚଳ ଆଇଜି ହିମାଂଶୁଲାଲ ଯୋଗ ଦେବା ପରେ ଚୋରା ଚାଲାଣ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ ହୋଇଛି । ମୟୁରଭଞ୍ଜର ନୂତନ ଏସପିଙ୍କ ନିର୍ଦେଶ କ୍ରମେ ଖଣି ପାର୍ଶ୍ଵ ଅଞ୍ଚଳରେ ବେଆଇନ ଭାବେ ବିପୁଳ ପରିମାଣର ଲୌହ ପଥର ଚୋରାଚାଲାଣ ବେଳେ ଜବତ କରିଛି ପୋଲିସ । ଏହାସହିତ ଏହି ଚୋରା କାରବାରରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଯାଏଁ ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଲୋକଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.