ବେଦୀରେ ସାତ ଫେରା ନେବା ପୂର୍ବରୁ ହଠାତ ଉଠି ଥାନାକୁ ଦୌଡ଼ିଲା ବର

0

ଲକ୍ଷ୍ନୌ : ବେଦୀରେ ସାତ ଫେରା ନେବା ପୂର୍ବରୁ ହଠାତ ଉଠି ଥାନାକୁ ଦୌଡ଼ିଲା ବର । ଥାନାରେ ଯୁବକ ଜଣଙ୍କ ଯାହା ସବୁ ଅଭିଯୋଗ କଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମିଳିଥିବା ସୁଚନା ଅନୁସାରେ, ବିବାହ ସ୍ଥିର ହେବା ପୂର୍ବରୁ ଯୁବକଙ୍କୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଦେଖାଯାଇଥିଲା। ଉଭୟ ପୁଅ ଏବଂ ଝିଅ ବିବାହ ପାଇଁ ରାଜି ହେବା ପରେ ତିଥି ଧାର୍ଯ୍ୟ ହୋଇଥିଲା। ଧାର୍ଯ୍ୟ ତାରିଖରେ ବରଯାତ୍ରୀ ନେଇ ବର ମନ୍ଦିରରେ ହାଜର ହୋଇଥିଲେ। ସେପଟେ କନିଆଁ ପକ୍ଷ ମଧ୍ୟ ସେହି ମନ୍ଦିରରେ ପହଞ୍ଚିଥିଲେ।

ବ୍ରାହ୍ହଣଙ୍କ ମନ୍ତ୍ର ଉଚ୍ଚାରଣ ସହ ବିବାହ କାର୍ଯ୍ୟ ଚାଲିଥିଲା। କିନ୍ତୁ ଯୁବକଙ୍କୁ କାହିଁକି କେଜାଣି ସନ୍ଦେହ ହେଲା ସେ କନିଆଁର ଓଢ଼ଣୀ ଟେକି ଦେଇ ତାଙ୍କ ମୁହଁକୁ ଦେଖିଥିଲେ। ତାପରେ ଯାହା ହେଲା ଭାବିବା ବି ମୁସକିଲ । କାରଣ କନିଆଁ ୨୦ ବର୍ଷୀୟା ଯୁବତୀ ନଥିଲେ ବରଂ ତାଙ୍କ ସ୍ଥାନରେ ଥିଲେ ଦୁଇ ପିଲାର ମା ତଥା ୫୦ ବର୍ଷୀୟା ମହିଳା। ତାପରେ ବର କିଛି ନଭାବି ସିଧା ବେଦୀରୁ ଉଠିପଡ଼ିଥିଲେ। ଏହା ପରେ ଥାନାକୁ ଯାଇ ନ୍ୟାୟ ଭିକ୍ଷା କରିଥିଲେ।

ଏହି ମାମଲା ଉତ୍ତରପ୍ରଦେଶର ଇଟାଓ୍ବ ଜିଲ୍ଲା ସିଭିଲ୍‌ ଲାଇନ୍‌ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ୧୯ ଅଗଷ୍ଟରେ ନୀଳକଣ୍ଠ ମନ୍ଦିରରେ ବିବାହ ସ୍ଥିର ହୋଇଥିଲା। ଏହା ପରେ କନିଆଁ ପକ୍ଷ ବିବାହ ଖର୍ଚ୍ଚ ବାବଦକୁ ବର ପକ୍ଷଙ୍କଠୁ ୩୫ ହଜାର ଟଙ୍କା ମଧ୍ୟ ନେଇଥିବା ଅଭିଯୋଗ ହୋଇଛି। ବିବାହ ଭାଙ୍ଗିବା ପରେ ବର ପକ୍ଷ ମହିଳାଙ୍କ ପରିବାରକୁ ଟଙ୍କା ଫେରସ୍ତ ମାଗିବାରୁ ସେମାନେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି ବୋଲି ଖୋଦ ବର ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.