ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା

0

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ହିକୁଡି ଫାଣ୍ଡି ହିକୁଡି ଗାଁରେ ଅଭାବନୀୟ ଘଟଣା । ହିକୁଡି ଫାଣ୍ଡି ଅନ୍ତର୍ଗତ ହିକୁଡି ଗାଁରେ ଯୁବକଙ୍କ ଆତ୍ମହତ୍ୟା । ନିଜ ଘର ଭିତରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ନାଁ ଦିଲ୍ଲୀପ ଗୁରୁ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ମୃତ୍ୟୁ ପୂର୍ବରୁ ବାପା ଓ ସ୍ତ୍ରୀକୁ ଆକ୍ରମଣ ଉଦ୍ୟମ କରିଥିବା ସୂଚନା ମିଳିଛି । ବାପା ତଳେ ପଡିଯାଇ ଆହତ ହେବା ଯୋଗୁଁ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହିକୁଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ହିକୁଡି ଥାନାରେ କେସ୍ ନମ୍ବର ୧୦/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ଯୁବକଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଶୁଣାଯାଉଛି ।

Leave A Reply

Your email address will not be published.