ବେଣ୍ଡିଂ ଗ୍ଲାସ୍ ବ୍ରିଜ୍ ଦେଖି ଭ୍ରମିତ ହେଉଛନ୍ତି ପର୍ଯ୍ୟଟକ

0

ଜେଜିୟାଙ୍ଗ : ଚୀନର ଏକ ଅଜବ ବେଣ୍ଡିଂ ଗ୍ଲାସ୍ ବ୍ରିଜକୁ ନେଇ ସାରା ଦୁନିଆରେ ଚର୍ଚ୍ଚା । ନିକଟରେ ଜନତାଙ୍କ ପାଇଁ ଖୋଲା ହୋଇଥିବା ଏହି ବେଣ୍ଡିଂ ଗ୍ଲାସ୍ ବ୍ରିଜର ଲମ୍ବ ୧୦୦ ମିଟର(୩୨୮ ଫୁଟ) । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଚୀନର ଜେଜିୟାଙ୍ଗ ପ୍ରାନ୍ତରେ ସ୍ଥିତ ଏହି ଗ୍ଲାସ୍ ବ୍ରିଜ୍ ଭୂମିଠୁ ୧୪୦ ମିଟର(୪୫୯ ଫୁଟ) ଉଚ୍ଚ । ଏହାର ଖାସ୍ ଡିଜାଇନ୍ ଯୋଗୁଁ ଏହାକୁ ବେଣ୍ଡିଂ ବ୍ରିଜ୍ ନାଁ ଦିଆଯାଇଛି । ଏହାର ଭିନ୍ନ ଡିଜାଇନ୍ ଲୋକଙ୍କୁ ଭ୍ରମିତ କରେ । ଏପରିକି ଏହା ଅସଲି ବୋଲି ଲୋକଙ୍କୁ ବିଶ୍ୱାସ ହେଉନି । ସୋସିଆଲ ମିଡିଆରେ କିଛି ୟୁଜର୍ସ ଏହାକୁ ନକଲି ବୋଲି କହୁଛନ୍ତି ।

୨୦୨୦ରେ ଖୋଲିବା ପୂର୍ବରୁ ୨୦୧୭ରେ ପ୍ରଥମ ଥର ଜୋଜିୟାଙ୍ଗ ପ୍ରାନ୍ତରେ ଗ୍ଲାସ୍ ବ୍ରିଜ୍ ଖୋଲାଯାଇଥିଲା । ପ୍ରଥମେ ଲୋକ ଏହାକୁ ମିଛ ବୋଲି କହୁଥିଲେ କିନ୍ତୁ ସେବେଠୁ ଏପର୍ଯ୍ୟନ୍ତ ୨୦୦,୦୦ ରୁ ଅଧିକ ଲୋକ ଏହି ବ୍ରିଜ୍ ଦେଇ ଯାତାୟତ କରିସାରିଲେଣି । ନିଜ ଖାସ୍ ଡିଜାଇନ୍ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଏହି ବ୍ରିଜ୍ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ବ୍ରିଜ୍ ୨ଟି ପାହାଡ ମଧ୍ୟରେ ସ୍ଥିତ । ଏହି ବ୍ରିଜକୁ ଇସ୍ରାଏଲର ବାସ୍ତୁକାର ହୈମ ଦୌତନଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି । ଏମିତି ଏକ ପୋଲ ପର୍ତ୍ତୁଗାଲରେ ଗତ ବର୍ଷ ଖୋଲାଯାଇଥିଲା ।

Leave A Reply

Your email address will not be published.