ଭଡା ଘରୁ ମିଳିଲା ମୃତଦେହ

0

ଯାଜପୁର,: ଯାଜପୁର ଜିଲ୍ଲା ମଙ୍ଗଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ଭଡା ଘରୁ ମିଳିଲା ମୃତଦେହ । ମଙ୍ଗଳପୁର ବଜାରରେ ଷ୍ଟେସନାରୀ ବ୍ୟବସାୟୀ  ଅଟଳଙ୍କ ମୃତଦେହକୁ ଠାବ କରାଯାଇଛି । ପ୍ରଥମେ ଅଟଳଙ୍କ ପଡୋଶୀ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଅଟଳଙ୍କ ପତ୍ନୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା କରିଛି ।

ସୂଚନା ମୁତାବକ, ସୋମବାର ରାତି ପ୍ରାୟ ୧ ଟା ସମୟରେ ଭଡା ଘରେ ଅଟଳ ପାଟି କରୁଥିବା ଶୁଣିବାକୁ ମିଳିଥିଲା । ଏହା ଶୁଣି ଆଉ  ମୃତକଙ୍କ ଜଣେ ସମ୍ପର୍କୀୟ ମହିଳା ଘରର ମାଲିକଙ୍କୁ ଡାକିଥିଲେ। ଘର ମାଲିକ ଏବଂ କିଛି ପଡ଼ୋଶୀ ଘର ବିତରେ ଥିବା ମୃତ ଅଟଳଙ୍କ ପତ୍ନୀଙ୍କୁ ଡାକି ଥିଲେ ।ପତ୍ନୀ କବାଟ ଖୋଲିବାରୁ ଅଟଳଙ୍କୁ ମୃତ୍ୟୁ ହୋଇଯାଇଥିଲା। ତୁରନ୍ତ ତାଙ୍କୁ ନିକଟସ୍ଥ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯିବା ସହିତ ମଙ୍ଗଳପୁର ଥାନାକୁ ଅବଗତ କରାଯାଇଥିଲା ।

ପୋଲିସ ମେଡିକାଲ ଏବଂ ଉକ୍ତ ଭଡା ଘରକୁ ଯାଇ ଘଟଣାର ଅଧିକ ତଦନ୍ତ କରୁଛି । ଏହାସହ ଅଟଳଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.