ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି

0

ଭଦ୍ରକ,: ଭଦ୍ରକ ଜିଲ୍ଲାକୁ ଗ୍ରସ୍ତରେ ଆସି ବିଭିନ୍ନ ଅଞ୍ଚଳକୁ ଯାଇ ଚାଷ ଜମି ବୁଲି ଦେଖିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ । ଚାଷୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଭଦ୍ରକ ଜିଲ୍ଲାର ଅଧିକାଂଶ ଅଂଚଳରେ ଚାଷ ଜମିର ଅବସ୍ଥା ସାଙ୍ଘାତିକ । ଅନେକ ଜମି ପଡିଆ ପଡିଛି । ଲିଫ୍ଟ ପଏଣ୍ଟ ଅଚଳ ହୋଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଜଳ ସେଚନର ସୁବିଧା ମିଳି ନାହିଁ ।

ରାଜ୍ୟ ସରକାର ଖୁବଶୀଘ୍ର ଭଦ୍ରକ ଜିଲ୍ଲାରେ ମରୁଡି ଘୋଷଣା କରିବା ପାଇଁ ପ୍ରଦୀପ ପୁରୋହିତ ଦାବି କରିଛନ୍ତି । ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ଲାଗି ମଧ୍ୟ ଦାବି କରିଛନ୍ତି । ନହେଲେ ବିଜେପି କୃଷକ ମୋର୍ଚ୍ଚା ଚାଷୀଙ୍କ ସ୍ବର୍ଥ୍ୟ ପାଇଁ ଉଗ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି  ।

Leave A Reply

Your email address will not be published.