ଭଦ୍ରକରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା ଅବକାରୀ ବିଭାଗ

0

ଭଦ୍ରକ: କଟକସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ଅବକାରୀ ବିଭାଗ ଭଦ୍ରକ ଅଞ୍ଚଳରୁ ୧୧୦ ଗ୍ରାମର ବ୍ରାଉନସୁଗର ଜବତ୍‌ କରିଛି । ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସଂପୃକ୍ତ ଯୁବକ ଜଣକ ହେଲେ ତ୍ରିଲୋଚନ ନାୟକ ।

ବିଭାଗୀୟ ନୀରିକ୍ଷକ ଜଗଦିଶ ସାମଲଙ୍କ ସୂଚନା ଅନୁଯାୟୀ, ତାଙ୍କ ନେତୃତ୍ୱରେ ଏକ ଟିମ ଭଦ୍ରକ-କଟକ ରାସ୍ତାରେ ପୋଟ୍ରୋଲିଂ କରୁଥିଲେ । ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଏହି ଟିମ ସନ୍ଦେହଜନକ ଅବସ୍ଥାରେ ଯାଉଥିବା ତ୍ରିଲୋଚନକୁ କାବୁ କରି ଯାଞ୍ଚ କରିବାରୁ ତା’ ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ୍‌ କରିଥିଲେ ତ୍ରିଲୋଚନ ଜଳେଶ୍ୱରରୁ ଏହି ବ୍ରାଉନସୁଗାର ଆଣିଥିବା ବିଭାଗୀୟ ଅଧିକାରୀଙ୍କ ପଚରାଉଚରା ବେଳେ ସ୍ୱୀକାର କରିଛି । ଗତ ଦେଢ଼ ମାସ ମଧ୍ୟରେ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜବତ୍‌ ହେବା ଘଟଣାରୁ ସ୍ପଷ୍ଟ ହୋଇଛିଯେ ଭଦ୍ରକ ଏବେ ଧଳାଜହର ବେପାରୀଙ୍କ ହବ୍‌ ପାଲଟିସାରିଛି।

Leave A Reply

Your email address will not be published.