ଭକ୍ତଶୂନ୍ୟ ମନ୍ଦିର ପରିସର

0

ଚାନ୍ଦବାଲି : ଆଜି ଶ୍ରାବଣ ମାସର ୨ୟ ସୋମବାର । ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପାଞ୍ଜି ଅନୁଯାୟୀ ୩ୟ ପାଳି ପାଳନ କରାଯାଉଛି । ମହାମାରୀ କରୋନାର ଭୟବହତାକୁ ନେଇ ସମସ୍ତ ଶିବାଳୟରେ କାଉଡିଆଙ୍କ ଜଳାଭିଷେକ ଉପରେ ରୋକ ଲଗାଇଛନ୍ତି ସରକାର।ଏହାସହ ସମସ୍ତ ଜଳ ଉତ୍ସ, ନଦୀ ଓ ପୁଷ୍କରିଣୀରେ ଯେପରି କୌଣସି କାଉଡିଆ ଜଳ ନଉଠାଇବେ ସେଥିପାଇଁ କଟକଣା ଜାରି କରାଯାଇଛି। ହେଲେ ଅଗଷ୍ଟରେ କଟକଣାକୁ କୋହଳ କରାଯିବା ସହ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି।  ହେଲେ ଏପଟେ ଶ୍ରାବଣୀଯାତ୍ରା ଜାରି ରହିଥିବାରୁ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣା ବଳବତ୍ତର ରଖିଛି ପ୍ରଶାସନ।  ଫଳରେ ଭକ୍ତଶୂନ୍ୟ ହୋଇପଡିଛି ମନ୍ଦିର ପରିସର ।

Leave A Reply

Your email address will not be published.