ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

0

ପାଟଣା : ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ବୃଦ୍ଧା ଜଣଙ୍କ କେତାଙ୍ଗ ଗାଁର ମାଣିକ ସିଂ ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  କେତାଙ୍ଗ ଗାଁର ମାଣିକ ସିଂହ ଆଜି ଶୌଚ ହେବାକୁ ଯାଇଥିଲେ । ହଠାତ୍‌ ଏହି ସମୟରେ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା । ଏପିରିକି ଭାଲୁର ଆକ୍ରମଣରେ ବୃଦ୍ଧାଙ୍କ ମୁଣ୍ଡର ଗଭୀର କ୍ଷତ ଲାଗିଛି । ସେଠାରୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଭାଲୁର ଉପଦ୍ରବ ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟଲୋକ ଆତଙ୍କିତ ଅଛନ୍ତି ।

Leave A Reply

Your email address will not be published.