ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

0

କୋକସରା : ଖାଦ୍ୟ ଅନ୍ୱେଷଣ ଏବେ ଗାଁ ମୁହାଁ ହୋଇଛନ୍ତି ଭାଲୁ। ଏହି ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ଥିବା ବୃଦ୍ଧଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁରସେଲଗୁଡା ଗ୍ରାମରେ ଘଟିଛି ଏଭଳି ଏହି ଅଭାବନୀୟ ଘଟଣା।

ସୂଚନାଯୋଗ୍ୟ ଯେ, ବୃଦ୍ଧ ଦନି ଧର ପାଳି (୬୫) ଆଜି ଭୋର ସମୟରେ ଗାଁ ନିକଟସ୍ଥ ନୂଆପଡା ପୋଖରୀ ନିକଟକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଗାଁ ପାଖ ସାହାଜଖୋଲ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣ ଗାଁ ମୁହାଁ ହୋଇଥିବା ଏକ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭାଲୁ ଆକ୍ରମଣ କରିବା ଫଳରେ ବୃଦ୍ଧ ଜଣକ ଲହୁଲୁହାଣ ହୋଇ ପଡ଼ିଥିବା ବେଳେ ବୃଦ୍ଧଙ୍କ ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ପରେ ବନ ବିଭାଗ କର୍ମଚାରୀ ବୃଦ୍ଧଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ବୃଦ୍ଧଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଘଣ୍ଟିଗୁଡା ଫରେଷ୍ଟ ଗାର୍ଡ ବୃଦ୍ଧଙ୍କୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ସରକାରୀ କ୍ଷତିପୂରଣ ଦେବାକୁ ସେ ବନବିଭଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି । ତେବେ ଜଙ୍ଗଲ ନଷ୍ଟ ହେବା ସହ ଏବେ ଜଙ୍ଗଲରେ ନିଆଁ ଲାଗିଥିବା ଯୋଗୁ ଜଙ୍ଗଲି ଜୀବଜନ୍ତୁ ଗାଁ ମୁହାଁ ହେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି।

Leave A Reply

Your email address will not be published.