ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍

0

ପାଟଣା,: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍ । ଘଟଣାସ୍ଥଳରେ ହିଁ ଜୀବନ ହାରିଲେ ଶିକ୍ଷୟତ୍ରୀ । ଏହାସହ ଅନ୍ୟ ୨ ଗୁରୁତର ହୋଇଥିବା ଜଣାପଡିଛି ।କେନ୍ଦୁଝର ପାଟଣା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ,  ଏକ କାରରେ ୨ ଜଣ ଶିକ୍ଷୟତ୍ରୀ ପୁରୀରୁ ଚମ୍ପୁଆ ଏକ ମୃତଦେହ ସତ୍କାର ସାରି ଫେରୁଥିଲେ । ତେବେ ଉଖୁଣ୍ଡା-ଚମ୍ପୁଆ ରାସ୍ତାର  ବାରିଆ ନିକଟରେ ଦୁର୍ଘଟଣା ଘଟିଥିଲା ।  ସେମାନଙ୍କ କାର୍ ଏକ ଗଛରେ ପିଟି ହୋଇଯାଇଥିଲା  । ଫଳରେ ଘଟଣାସ୍ଥଳରେ ହିଁ ଜଣେ ଶିକ୍ଷୟତ୍ରୀ ପ୍ରାଣ ହରାଇଥିଲେ । ଗୁରୁତର ଅନ୍ୟ ଜଣେ ଶିକ୍ଷୟତ୍ରୀ ଓ କାର୍ ଡ୍ରାଇଭରଙ୍କୁ ଭଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତ ଶିକ୍ଷୟତ୍ରୀ ମାନସୀ ପ୍ରଧାନ ବୋଲି ଜଣାପଡିଛି ।

Leave A Reply

Your email address will not be published.