ଭାରସାମ୍ୟା ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ,୨୯ ଆହତ ହୋଇଥିବା ବେଳେ ୬ ଗୁରୁତର

0

ନବରଙ୍ଗପୁର –ନବରଙ୍ଗ ଜିଲ୍ଲା ପାପଡାହାଣ୍ଡିରେ ଏକ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟା ହରାଇ ଓଲଟି ପଡିଛି । ଏଥିରେ ଯାତ୍ରା କରୁଥିବା ୨୯ ଜଣ ବ୍ୟକ୍ତି  ଆହତ  ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଆହତମାନଙ୍କୁ ପାପଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି।ଆବସ୍ଥା ସଙ୍କଟାପନ୍ନ ଥିବା ବ୍ୟକ୍ତିମାନଙ୍କୁ ଅଧିକ ଚିକିତ୍ସାପାଇଁ ନବରଙ୍ଗପୁର ସ୍ଥାନାନ୍ତରିତ କରାଯାଇଛି । ଏକ ପିକ୍‌ଅପ୍‌ ଭ୍ୟାନରେ ଏହି ଲୋକମାନେ ବାହାଘର ଭୋଜେରି ଯୋଗଦେବା ପାଇଁ କଳାହାଣ୍ଡି ଜିଲ୍ଲା ନାଗଫେଣୀରୁ ନବରଙ୍ଗପୁର ଜିଲ୍ଲା କାଦମଲ୍ଲିକୁ ଆସିଥିଲେ ।

ପାପଡାହାଣ୍ଡି ବାଲିଗାଁ ନିକଟରେ ପିକ୍ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି ।

Leave A Reply

Your email address will not be published.