ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

0

ଫୁଲବାଣୀ : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସାଲକୀ ସାହିରେ ଘଟିଛି ଏଭଳି ଅଗ୍ନିକାଣ୍ଡ । ଏହାସହ ଦୋକାନରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିଯାଇଛି । ସର୍ଟ ସର୍କିଟ୍ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଫଳରେ ଦୋକାନଟି ସମ୍ପୂର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଫୁଲବାଣୀ ସାଲକୀ ସାହିର ପୀତାମ୍ବର ବେହେରା ସବୁଦିନ ପରି ରବିବାର ଦିନ ମଧ୍ୟ ଦୋକାନ ବନ୍ଦ କରିଆସିଥିଲେ । ରବିବାର ରାତି ୩ଟାରେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିବା ଜଣାପଡିଛି । ନିଆଁ ଲାଗିବା ପରେ ଦୋକାନରେ ଥିବା ଗ୍ୟାସ୍ ସିଲିଣ୍ଡରଟି ଫାଟିଯିବା ଫଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା।  ଫଳରେ ସାହିର ଲୋକେ ଉଠି ଦେଖିଲା ବେଳକୁ ଦୋକାନଟି ଜଳୁଥିବା ଦେଖିଥିଲେ । ଲୋକେ ପ୍ରଥମେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନ ପାରିବା ଫଳରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ଦୋକାନ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଦୋକାନ ମାଲିକ ପୀତାମ୍ବର ଜଣେ ଛୋଟ ବ୍ୟବସାୟୀ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ଷତିପୂରଣ ଯୋଗାଇଦେବା ଲାଗି ସାଧାରଣରେ ଦାବି ହେଉଛି । ସକାଳୁ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.