ଆନନ୍ଦପୁର : ଭାଉଜକୁ ପନିକିରେ ହାଣିଲା ଦିଅର । ଭାଉଜଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ମିରିଗିମୁଣ୍ଡି ଗାଁର ଘଟଣା । ଅଭିଯୋଗ ପରେ ପୋଲିସର ଛାନ୍ଭିନ୍ ଜାରି ରଖିଛି । ଆକ୍ରମଣରେ ବ୍ୟବହୃତ ପନିକିକୁ ଜବତ କରିଛି ପୋଲିସ । ଖବର ଅନୁଯାୟୀ, ବୁଧବାର ଦିନ ମିରିଗିମୁଣ୍ଡି ଗାଁର ରାମଚନ୍ଦ୍ର ପରିଡ଼ାଙ୍କ ସ୍ତ୍ରୀ ଝରଣା ଘରେ ଥିବା ଏକ ବାରିସିକୁ ନେଇ ନିଜ ସାନ ଜାଆଙ୍କ ସହିତ ଝଗଡ଼ା ହୋଇଥିଲା । ଏହି ସମୟରେ ରାମଚନ୍ଦ୍ରଙ୍କ ସାନ ଭାଇ ଲକ୍ଷ୍ମଣ ଘରେ ଅନୁପସ୍ଥିତ ଥିଲେ । ରାତି ଲକ୍ଷ୍ମଣ କାମ ସାରି ଫେରିବା ପରେ ନିଜ ପତ୍ନୀଙ୍କ ସହ ଭାଉଜଙ୍କ ଝଗଡ଼ା ବିଷୟରେ ଖବର ପାଇଥିଲା । ଏଥିରେ ଲକ୍ଷ୍ମଣ ଉତ୍କ୍ଷିପ୍ତ ହୋଇ ଘରେ ଥିବା ଏକ ପନିକିରେ ଭାଉଜଙ୍କ ବେକକୁ ଚୋଟ ପକାଇଥିଲେ ।ଠିକ୍ ଏହି ସମୟରେ ନିଜ ସାନଭାଇ କବଳରୁ ସ୍ତ୍ରୀକୁ ଉଦ୍ଧାର କରିବାକୁ ଯାଇ ରାମଚନ୍ଦ୍ର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଯେଉଁଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି । ପରିବାର ଲୋକ ଘଟଣା ସଂପର୍କରେ ଜାଣି ପାରି ଝରଣାକୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଘଟଣାକୁ ନେଇ ପରିବାର ପକ୍ଷରୁ ଘଷିପୁରା ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବହୃତ ପନିକିକୁ ଜବତ କରି ଛାନ୍ଭିନ୍ ଜାରି ରଖିଛି ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା