ତେଲକୋଇ : ଭଉଣୀ ଘରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଭାଇର ଜୀବନ । ଶାଳ ଗଛରେ ଅଟୋ ପିଟି ହେବାରୁ ସେଥିରେ ଥିବା ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ଗାଁ ଲାଠିଗୁଡା ପୋଲ ନିକଟରେ ଥିବା ଏକ ଶାଳ ଗଛରେ ଅଟୋଟି ପିଟି ହୋଇଥିଲା । ଘଟଣାସ୍ଥଳରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅଟୋଟିକୁ ନେଇ ପଣ୍ଡାପଡାପୁର ଥାନା ତେନ୍ତେଳାପଶି ଗାଁରୁ ତେଲକୋଇ ଥାନା ଆକୁଳ ପଞ୍ଚାୟତର ମଲଣ୍ଡା ଗାଁର ନିଜ ଭଉଣୀ ଘରକୁ ଯାଉଥିଲେ ପରି ନାୟକ। କିନ୍ତୁ ଅଟୋଟି ଭାରସାମ୍ୟ ହରାଇ ଗାଁ ଲାଠିଗୁଡା ପୋଲ ନିକଟରେ ଥିବା ଏକ ଶାଳ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ପରି ନାୟକଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ତେଲକୋଇ ମେଡିକାଲକୁ ଆଣିଥିବା ସୂଚନା ମିଳିଛି ।u
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା