ଭୋକ ଲାଗିଲେ ମଧ୍ୟ ଖାଲିପେଟରେ ଖାଆନ୍ତୁ ନାହିଁ ଏହି ଜିନିଷ

0

ଭୁବନେଶ୍ୱର : ବେଳେବେଳେ ଆମେ ଅତ୍ୟଧିକ ଭୋକିଲା ଅନୁଭବ କରୁ ଏବଂ ସେହି ସମୟରେ ଆମ ପାଖରେ ଯାହା ଉପଲବ୍ଧ ହୋଇଥାଏ ତାହା ଆମେ ଖାଇ ଦେଇଥାଉ, କିନ୍ତୁ ଏହା ଆମ ପାଇଁ କ୍ଷତିକାରକ ହୋଇଥାଏ ।  ଆୟୁର୍ବେଦଙ୍କ ଅନୁଯାୟୀ, କିଛି ଜିନିଷ ଏମିତି ଅଛି ଯାହାକୁ ପ୍ରବଳ ଭୋକ ଲାଗିବା ପରେ ମଧ୍ୟ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । ତେବେ, ଚାଲନ୍ତୁ  ଜାଣିବା କ’ଣ ରହିଛି ସେହି ଜିନିଷଗୁଡ଼ିକ…

ପିଜୁଳି:

ପିଜୁଳି ଏକ ଏପରି ଫଳ, ଯାହାକୁ ଅଲଗା-ଅଲଗା ସ୍ଥିତିରେ ଖାଇବା ଦ୍ୱାରା ଭିନ୍ନ ଫଳାଫଳ ମିଳିଥାଏ, ଅର୍ଥାତ୍ ଯଦି ଆପଣ ଶୀତଦିନେ ସକାଳେ ଖାଲି ପେଟରେ ପିଜୁଳି ଖାଆନ୍ତି, ତେବେ ଆପଣ ପେଟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଏଥି ସହିତ, ଯଦି ଆପଣ ଗ୍ରୀଷ୍ମ ଋତୁରେ ଖାଲି ପେଟରେ ପିଜୁଳି ଖାଆନ୍ତି, ତେବେ ଏହା ଳାଭ ଦେଇଥାଏ । ତେଣୁ  ଆପଣ ଖାଲି ପେଟରେ ପିଜୁଳି ଖାଇବା ଉଚିତ୍ ନୁହେଁ ।

ଆପଲ୍ :

ଶୀତଦିନେ ଖାଲି ପେଟରେ ଆପଲ୍ ଖାଇବା ଦ୍ୱାରା ବିପି ବଢିପାରେ, ଯଦି ଆପଣ ସକାଳେ କିଛି ନ ଖାଇ ଖାଲି ପେଟରେ ଆପଲ୍ ଖାଆନ୍ତି, ତେବେ ଆପଣଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡିପାରେ, କିନ୍ତୁ ଗ୍ରୀଷ୍ମ ଋତୁରେ ଆପଣ ଖାଲି ପେଟରେ ଆପଲ୍ ଖାଇପାରିବେ ।

ଟମାଟୋ :

ଟମାଟୋ ସ୍ୱାଦ ଗରମ ଅଟେ । ଶୀତ ତୁଋରେ ଆପଣ ଏହାକୁ ଖାଲି ପେଟରେ ଖାଇପାରିବେ, କିନ୍ତୁ ଗ୍ରୀଷ୍ମ ଋତୁରେ ଏହା ଖାଇବା ଦ୍ୱାରା ପେଟ କିମ୍ବା ଛାତି ପୋଡିବା ଭଳି ସମସ୍ୟା ହୋଇପାରେ । ଆପଣ ସକାଳେ ଟମାଟୋ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

 

ଚା କିମ୍ବା କଫି :

ଆପଣ ଖାଲି ପେଟରେ ଚା କିମ୍ବା କଫି ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣ ଏହାକୁ ବିସ୍କୁଟ, ରୁଟି ସହିତ ଚା କିମ୍ବା କଫି ନେଇପାରିବେ, କିନ୍ତୁ ଚା-କଫି ଖାଲି ପେଟ କିମ୍ବା ଶୀଘ୍ର ଭୋକରେ ଗ୍ରହଣ କରନ୍ତୁ ନାହିଁ, ଏହା ଆପଣଙ୍କ ପେଟରେ ଗ୍ୟାସ୍ ସୃଷ୍ଟି କରିପାରେ ।

ଦହି :

ଖାଲି ପେଟରେ ସକାଳେ ଦହି ଖାଇବାରୁ ଦୂରେଇ ରହିବା ଉଚିତ୍, ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

Leave A Reply

Your email address will not be published.