ଭୁବନେଶ୍ୱରରେ ବର୍ତ୍ତମାନ ଏବେ ୨୧୮ ଜଣ ପଜିଟିଭ୍‌ ଚିହ୍ନଟ

0

ଭୁବନେଶ୍ୱର: ବିଏମ୍‌ସିର ବିଭିନ୍ନ ଅଞ୍ଚଳରେ ଡେଙ୍ଗୁ ସ୍ଥିତି ଭୟଙ୍କର ହେଲାଣି। ଘରେ ଘରେ ଜ୍ୱର ଆରମ୍ଭ ହେଲାଣି। ଚନ୍ଦ୍ରଶେଖରପୁର, ପ୍ରଗତି ବିହାର ସହ ପୁରୁଣା ଭୁବନେଶ୍ୱର ଗୌତମ ନଗର, ଭୋଇ ସାହି, ନାଗେଶ୍ୱରଟାଙ୍ଗି ଅଞ୍ଚଳରେ ସ୍ଥିତି ସଙ୍ଗନୀ । ଏହି ସବୁ ଅଞ୍ଚଳରୁ ମାଳ ମାଳ ପଜିଟିଭ୍‌ ଚିହ୍ନଟ ହୋଛନ୍ତି । ଗତକାଲି ସୁଦ୍ଧା ମୋଟ ୨୧୮ ଜଣ ପଜିଟିଭ୍‌ ଚିହ୍ନଟ ହୋଥିଲେ । ମଙ୍ଗଳବାର ଆହୁରି ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

 

ବିଏମ୍‌ସି ପକ୍ଷରୁ ସଫେଇ କାର୍ଯ୍ୟ ଠିକ୍‌ ଭାବରେ ହେଉନଥିବା ଅଭିଯୋଗ ହେଉଛି । ଏହା ସହ ଅଧିକାଂଶ ଅଞ୍ଚଳରେ ଧୂଆଁ ଏବଂ ମଶା ତେଲ ପକା ଯାଉନଥିବା ନେଇ ଅଭିଯୋଗ ଆସିଛି । ସେପଟେ ଠିକ୍‌ ଭାବେ ସଫେଇ ହେଉନଥିବା ବେଳେ ଡେଙ୍ଗୁ ମଶା ବଂଶ ବୃଦ୍ଧିର ମୂଳ କାରଣ ପାଲଟିଥିବା ନେଇ ୱାର୍ଡବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.