ଭୁବନେଶ୍ଵରର ଆଲେନ୍ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି

0

ଭୁବନେଶ୍ଵର : ଆଲେନ ଇନଷ୍ଟିଚ୍ୟୁଟର ୩୦ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଲଗା ଅଲଗା ହଷ୍ଟେଲ ଏବଂ ମେସରେ ସଙ୍ଗରୋଧରେ ରଖାଯାଇଛି। ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।

ଆଲେନ ଇନଷ୍ଟିଚ୍ୟୁଟରେ ୩୦ ଜଣ ଛାତ୍ରଛାତ୍ରୀ କରୋନା ଚିହ୍ନଟ ହେବା ପରେ ବିଏମସି ଏହାକୁ ସିଲ୍ କରିଛି। ଇନଷ୍ଟିଚ୍ୟୁଟ ଭିତରେ ଥିବା ହଷ୍ଟେଲ ଓ ମେସ୍ ଭିତରକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେହିପରି ଆଲେନ ଭିତରୁ କେହି ବାହାରକୁ ବାହାରିବାକୁ ମନା କରାଯାଇଛି। କେବଳ ସ୍ଵୀକୃତି ପ୍ରାପ୍ତ ବିଏମସି କର୍ମଚାରୀ ଇନଷ୍ଟିଚ୍ୟୁଟ ମଧ୍ୟକୁ ପ୍ରବେଶ କରିପାରିବେ।

Leave A Reply

Your email address will not be published.