ଭୁବନେଶ୍ୱରରେ ମାତିଛନ୍ତି ସାଇବର ଲୁଟେର, ଠକି ନେଉଛନ୍ତି ଲକ୍ଷ ଲକ୍ଷ

0

ଭୁବନେଶ୍ୱର :ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା। ଠକି ନେଉଛନ୍ତି ଲକ୍ଷ ଲକ୍ଷ । ଏହି ଠକାମୀର ଶୀକାର ହୋଇ ସର୍ବଶ୍ୱାନ୍ତ ହେଉଛନ୍ତି ସାଧାରଣ ଲୋକେ । ମାର୍ଚ୍ଚ ମାସରେ ହୋଇଥିବା ସାଇବର ଅପରାଧର ତଥ୍ୟ ଦେଇଛି କମିଶନରେଟ୍‌ ପୋଲିସ ।

ପୋଲିସର ରିପୋର୍ଟ ଅନୁସାରେ , ଗତ ମାସକ ମଧ୍ୟରେ ୮୪ ଲକ୍ଷରୁ ଅଧିକ ଟଙ୍କାର ସାଇବର ଠକେଇ ହୋଇଛି । ଏହାମଧ୍ୟରୁ ୨.୫୦ଲକ୍ଷ ଟଙ୍କା ଫେରସ୍ତ କରିଛି ପୋଲିସ । ୬୧୯ କଲ୍‌ ମଧ୍ୟରୁ କେବଳ ଭୁବନେଶ୍ୱରରେ ୩୧୦ଟି ଠକେଇ ହୋଇଛି । ସେହିପରି ୧୭୦ଜଣ ୟୁପିଆଇ ଠକେଇର ଶିକାର ହୋଇଥିବା ବେଳେ କ୍ରେଡିଟ ଓ ଡେବିଟ କାର୍ଡ ଠକେଇର ୮୦ ଜଣ ଶିକାର ହୋଇଛନ୍ତି । ଅନ୍ୟାନ୍ୟ ସାଇବର ଅପରାଧ ସଂଖ୍ୟା ୩୭୯ ଥିବା DCPଙ୍କ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.