ଭୁବନେଶ୍ବରରୁ ଆଜି ଚିହ୍ନଟ ହେଲେ ୫୨ କରୋନା ଆକ୍ରାନ୍ତ

0

ଭୁବନେଶ୍ବର ୦୧/୦୪ : ରାଜଧାନୀ ଭୁବନେଶ୍ବରରୁ ଆଜି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୪ଜଣ ସ୍ଥାନୀୟ ସଂକ୍ରମିତ । ଏ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ (BMC) ।

ସୂଚନାଯୋଗ୍ୟ, ଭୁବନେଶ୍ବରରେ ମୋଟ ଆକ୍ଟିଭ କେସ୍ ରହିଛି ୩୧୦ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୫୦୨ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩୧,୯୨୧ ଜଣ । ସେହିଭଳି ୨୫୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁଘଟିଛି ଏବଂ ୩୧୦ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.