ଭୁବନେଶ୍ୱରର XIMBରୁ ୨୩ କରୋନା ପଜିଟିଭ୍

0

ଭୁବନେଶ୍ୱର : ପୁଣି ଡରାଇଲାଣି କରୋନା । ପ୍ରଥମେ କଟକ ଏବେ ଭୁବନେଶ୍ୱରେ ବଢୁଛି କରୋନା ସଂକ୍ରମଣ । ଏହିପ୍ରରିପେକ୍ଷୀରେ ଆଜି ଭୁବନେଶ୍ୱରର ଏକ XIMBରୁ ୨୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ସେହିପରି ଉକ୍ତ ଶିକ୍ଷାନୁଷ୍ଠାନରେ ଥିବା ସମସ୍ତ ସଂସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କରୋନା ସଂକ୍ରମଣ ସଂଖ୍ୟା ବଢିବରେ ଲାଗିଛି । ଗତ କିଛି ଦିନ ହେଲା ରାଜ୍ୟରେ ୧୦୦ ଉପରେ ସଂକ୍ରମଣ ସଂଖ୍ୟା ରହୁଛି । ଖାସ୍‌ କରି କଟକର ୨ ଘରୋଇ ଶିକ୍ଷାନୁଷ୍ଠାନରୁ ୩୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଉକ୍ତ ଶିକ୍ଷାନୁଷ୍ଠାନକୁ କିଛି ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ତୁରନ୍ତ ପଦକ୍ଷେପ ନେଇ ସଂକ୍ରମିତଙ୍କ କଣ୍ଟାକ୍ଟରେ ଆସିଥିବା ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯାଇଛି ।

ଏପଟେ ଆଜି ଭୁବନେଶ୍ୱର ସ୍ଥିତ ଜାଭିୟର ଇନ୍‌ଷ୍ଟୁଚ୍ୟୁଟ୍‌ରୁ ଅଫ୍ ମ୍ୟାନ୍‌ଜମେଣ୍ଟରୁ ୨୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାପରେ ତୁରନ୍ତ ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ । କ୍ୟାମ୍ପସ ଭିତରେ ଥିବା ସମସ୍ତ ସଂସ୍ଥାକୁ ବନ୍ଦ କରାଯିବା ସହ ସମସ୍ତ କର୍ମଚାରୀଙ୍କର କୋଭିଡ଼ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଇଛି ବିଏମ୍‌ସି ।

Leave A Reply

Your email address will not be published.