ଭୁଜାଲିରେ ହାଣି ଲକ୍ଷେ ଟଙ୍କା ଲୁଟି ନେଲେ ଲୁଟେରା

0

ବାଲିପାଟଣା, :    ଭୁଜାଲିରେ ହାଣି ଲକ୍ଷେ ଟଙ୍କା ଲୁଟି ନେଲେ ଲୁଟେରା। ଏହାସହ ଏକ ସୁନା ଚେନ୍ ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଲୁଟେରାଙ୍କ ଆକ୍ରମଣରେ ନିଆଳି ବଡନାଟି ଗାଁର ମାନସ ଦାସ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, ନିଆଳି ବଡନାଟି ଗାଁର ମାନସ ଏବଂ ତାଙ୍କ ଭଉଣୀ ବନମଳିପୁରର ଏକ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ନେଇ ବାଇକରେ ଘରକୁ ଫେରୁଥିଲେ। ଆମଣକୁଦ- ନୁଆଗାଁ ରାସ୍ତାରେ ୨ଜଣ ଦୁର୍ବୃତ୍ତ ବାଇକରେ ଆସି ମାନସଙ୍କୁ ଅଟକାଇବା ସହ ଭୁଜାଲରେ ହାତକୁ ହାଣି ଦେଇଥିଲେ। ଆକ୍ରମଣରେ ମାନସ ଲହୁଲୁହାଣ ହୋଇଛନ୍ତି।

ମାନସଙ୍କ ପାଖରେ ଥିବା ଏକ ଲକ୍ଷ ଋଣ ଟଙ୍କା, ସୁନା ଚେନ୍ ନେଇ ଚମ୍ପଟ ମାରିଥିଲେ ଲୁଟେରା। ସ୍ଥାନୀୟ ଲୋକ ମାନସଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବର ପାଇ ବାଲିପାଟଣା ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି।

Leave A Reply

Your email address will not be published.