ବିବାହ ବେଦୀରୁ ଟଙ୍କା, ସୁନାଗହଣା ନେଇ ହୋଇଗଲା ଫେରାର

0

ମିରଟ : ଲୁଟେରା କନ୍ୟା । ବିବାହ ବେଦୀରୁ ଟଙ୍କା, ସୁନାଗହଣା ନେଇ ହୋଇଗଲା ଫେରାର । ବରପକ୍ଷ ଥାନାରେ ଦେଲେ ଏତଲା । ଉତ୍ତରପ୍ରଦେଶ ମିରଟରେ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଛି ଏଭଳି ।

କନ୍ୟାଠୁ ପୁରୋହିତ ସମସ୍ତେ ଗାୟବ । ମିରଟ ଥାନା ଅନ୍ତର୍ଗତ ଭୁଣ୍ଡବରାଲ ଅଞ୍ଚଳର ଘଟିଛି ଏଭଳି ଘଟଣା । ମୁଜାଫରନଗର ଯୁବକ ଦେବେନ୍ଦ୍ରଙ୍କର ବିବାହ ମିରଟ ପରତାପୁର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ସହ ଠିକ୍ ହୋଇଥିଲା । କନ୍ୟାପକ୍ଷ ବିବାହ ପାଇଁ ଲକ୍ଷେ ଟଙ୍କା ଯୌତୁକ ମାଗିଥିଲେ ।  ଏହାପରେ ଉଭୟଙ୍କର ବିବାହ ହୋଇଥିଲା । ବିବାହ ସମୟରେ ବରପକ୍ଷ ଲକ୍ଷେ ଟଙ୍କା ଏବଂ ଅନ୍ୟାନ୍ୟ ସୁନାଗହଣା କନ୍ୟାପକ୍ଷକୁ ଦେଇଥିଲେ । ଏହାପରେ ସାତ ଫେରା ନେବା ସମୟରେ ୪ ଫେରା ପରେ କନ୍ୟା ଜଣଙ୍କ ବାଥରୁମ୍ ଯିବା ବାହାନାରେ ଟଙ୍କା ଓ ସୁନାଗହଣା ଧରି ଫେରାର ହୋଇଯାଇଥିଲା । ଏହାପରେ କନ୍ୟାପକ୍ଷ ଓ ପୁରୋହିତ ସମସ୍ତେ ବିବାହ ସ୍ଥାନ ଛାଡି ପଳାଇଯାଇଥିଲେ ।

ବହୁ ସମୟ ପର୍ଯ୍ୟନ୍ତ କନ୍ୟା ନଫେରିବାରୁ ବରପକ୍ଷ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ । ଏହାପରେ ବରପକ୍ଷ ଥାନାରେ କନ୍ୟା ଏବଂ କନ୍ୟାପକ୍ଷ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି ।  ପୋଲିସ ସେମାନଙ୍କ ଖୋଜଖବର ପାଇଁ ଛାନଭିନ୍ ଜାରି ରଖିଛି ।

Leave A Reply

Your email address will not be published.