ବିବାହ ପାଇଁ ବିଜ୍ଞାପନ ଦେଇଛନ୍ତି ୭୩ ବର୍ଷୀୟା ମହିଳା

0

ମୈସୁର  : କର୍ଣ୍ଣାଟକର ମୈସୁରରେ ରହୁଥିବା ଜଣେ ମହିଳା ବିବାହ ପାଇଁ ବିଜ୍ଞାପନ ଦେଇଛନ୍ତି। କହିବାକୁ ଗଲେ ବିଜ୍ଞାପନ ଦେବା ତ ସାଧାରଣ କଥା। କିନ୍ତୁ ଏହି ମାମଲାଟି ସେତେଟା ଖାସ୍‌ ନଥିଲେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇନଥାନ୍ତା। ଖାସ୍‌ କଥା ଏହା ହେଉଛି କି, ମହିଳାଙ୍କ ବୟସ। ମାଟ୍ରିମୋନିଆଲ ବିଜ୍ଞାପନ ଜରିଆରେ ଜୀବନସାଥୀ ଖୋଜୁଥିବା ଏହି ମହିଳାଙ୍କ ବୟସ ହେଉଛି ୭୩ ବର୍ଷ। ସରକାରୀ ଚାକିରିରୁ ଅବସରପ୍ରାପ୍ତ ମହିଳାଙ୍କ ଏହି ନିଷ୍ପତ୍ତି ଏବଂ ଉତ୍ସାହ ଏବେ ସବୁଠୁ ଚର୍ଚ୍ଚାରେ । ଲୋକଙ୍କ କହିବାନୁସାରେ, ବୟସ ଅନୁସାରେ ପୁଣି ବସାଇବା ବିଷୟରେ ଚିନ୍ତା କରିବା ଏକ ବଡ଼ କଥା ।

ଏକ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ,  ବିଜ୍ଞାପନ ଦେଇଥିବା ମହିଳା କହିଛନ୍ତି ଯେ ମୋର ବୟସ ୭୩ ବର୍ଷ । ମୁଁ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ମୁଁ ଜଣେ ସୁସ୍ଥ ବ୍ରାହ୍ମଣ ବର ଖୋଜୁଛି ଯିଏ ମୋ ଠାରୁ ବଡ ହୋଇଥିବ। ମୋ ସହିତ ସମୟ ବିତାଇବା ପାଇଁ ମୋତେ ଜଣେ ଜୀବନସାଥୀ ଦରକାର । ଖବରକାଗଜରେ ପ୍ରକାଶିତ ଏହି ବିଜ୍ଞାପନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

ଲୋକମାନେ ବିଭିନ୍ନ ଉପାୟରେ ପ୍ରତିକ୍ରିୟା ରଖିଛନ୍ତି। କେହି କେହି ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତ କେହି କେହି ଠକାମିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ମହିଳାମାନେ ନିଜ ବୟସରେ ଏକାକୀ ଅନୁଭବ କରନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ପରିବାରରେ ଆଉ କେହି ନାହାଁନ୍ତି। ସେ ପୂର୍ବରୁ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ନେଇସାରିଛନ୍ତି ଏବଂ ପିତାମାତାଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି। ମହିଳାଙ୍କ କହିବାନୁସାରେ, ଏକୁଟିଆ ଡର ଲାଗେ। ଏଥିପାଇଁ ସେ ଜୀବନସାଥୀ ଖୋଜିବା ଆରମ୍ଭ କରିଛନ୍ତି। ଯାହାଦ୍ୱାରା ବାକି ଜୀବନ ଅନ୍ୟ କାହା ସହିତ ନିଜ ଅନୁଭୂତି ବାଣ୍ଟି ପାରିବି।

ମହିଳା ଜଣକ କହିଛନ୍ତି ଯେ,ତାଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ବିବାହରେ ମିଳିଥିବା ଦୁଃଖ ଏବଂ ଏହା ପରେ ଛାଡପତ୍ରର ଯନ୍ତ୍ରଣା ଯୋଗୁଁ ସେ ଦ୍ୱିତୀୟ ବିବାହ ବିଷୟରେ ଚିନ୍ତା କରିନଥିଲେ। କିନ୍ତୁ ତାଙ୍କ ବୟସର ଶେଷ ପର୍ଯ୍ୟାୟରେ, ସେ ଜଣେ ଜୀବନସାଥର ଆବଶ୍ୟକତା ଅନୁଭବ କରୁଛନ୍ତି। ଯାହାଙ୍କ ସହ ସେ ତାଙ୍କ ସୁଖ ଏବଂ ଦୂଃଖ ବାଣ୍ଟିପାରିବେ। ଯାହା ସହିତ ସେ ଏକୁଟିଆପଣ ଦୂର କରିବା ପାଇଁ କଥାବାର୍ତ୍ତା କରିପାରିବେ ।

Leave A Reply

Your email address will not be published.