ବିବାହର କିଛି ସମୟ ପରେ ଫେରାର ହୋଇଗଲେ ନବବିବାହିତା

0

ମଧ୍ୟପ୍ରଦେଶ  : ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟ କରିଦେବ । ବିବାହ ରାତିରେ କନ୍ୟା ଜଣଙ୍କ ଛାତରୁ ଡେଇଁ ଫେରାର ହୋଇଯାଇଥିଲେ । ଯୁବତୀଜଣକ ଫେରାର ହେବା ପରେ ପୁଅର ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା । ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଉକ୍ତ ଯୁବତୀଙ୍କୁ କାବୁ କରିବା​‌ରେ ସକ୍ଷମ ହୋଇଥିଲା । ତେବେ ଯୁବତୀ ଜଣକ କାହିଁକି ଫେରାର ହୋଇଯାଇଥିଲେ ଉକ୍ତ ଘଟଣା ବାବଦରେ ଜଣାପଡିବା ପରେ ପୋଲିସ୍ ତାଜୁବ ହୋଇଯାଇଥିଲା । କାହିଁକି ନା ସେ କନ୍ୟା ନୁହେଁ ବରଂ ଜଣେ ଲୁଟେରୀ ଥିଲା ଯିଏକି ଟଙ୍କା ନେଇ ବିବାହ କରିଥିଲା ।

ସୂଚନା ଅନୁଯାୟୀ, ଗୋରମୀ ଅଞ୍ଚଳରେ ରହୁଥିବା ଦିବ୍ୟାଙ୍ଗ ସୋନୁ ଜୈନଙ୍କ ବିବାହ ହେଉନଥିଲା । ଦିବ୍ୟାଙ୍ଗ ହୋଇଥିବାରୁ ବିବାହ କରିବାକୁ କେହି ବି ରାଜି ହେଉନଥିଲେ । ହେଲେ ଉଦଲ ଖଟିକ୍ ନାମ ବ୍ୟକ୍ତି ସୋନୁଙ୍କ ବିବାହ କରାଇଦେବେ ବୋଲି କହିଥିଲେ । କିନ୍ତୁ ଏହା ବଦଳରେ ସେ ୧ ଲକ୍ଷ ଟଙ୍କା ନେବେ ବୋଲି କହିଥିଲେ । ହେଲେ ସୋନୁ ୯୦ ହଜାର ଟଙ୍କା ଦେବେ ବୋଲି କହିଥିଲେ ।

ଏହାରି ମଧ୍ୟରେ ଉଦଳ ମହିଳାକୁ ନେଇ ସୋନୁଙ୍କ ଘରେ ପହଞ୍ଚିଥିଲା । ଉକ୍ତ ମହିଳା ଅନୀତାଙ୍କ ସହ ଅରୁଣ ଓ ଜିତେନ୍ଦ୍ର ନାମକ ଦୁଇ ଜଣ ବ୍ୟକ୍ତି ମଧ୍ୟ ଗୋରିମ୍ ଯାଇଥିଲେ । ସେଠାରେ ସୋନୁ ଓ ଅନୀତାଙ୍କର ବିବାହ ରୀତିନୀତି ଅନୁସାରେ ପରିବାର ଲୋକଙ୍କ ସାମ୍ନାରେ କରାଯାଇଥିଲା । ସେହି ଦିନ ରାତିରେ ଅନୀତା ଦେହ ଖରାପ କହି ଛାତ ଉପରକୁ ଚାଲିଗଲେ । ପରେ ଛାତ ଡେଇଁ ଖସି ପଳାଇଥିଲେ । ଏ ବିଷୟରେ ପୋଲିସ୍ ଙ୍କୁ ଖବର ଦିଆଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।  ଯାହାପରେ ପୋଲିସ୍ ଅନୀତାକୁ କାବୁ କରି ଉକ୍ତ ଯୁବକଙ୍କୁ ମଧ୍ୟ ଗିରଫ କରିଥିଲା।

Leave A Reply

Your email address will not be published.