ବିଚ୍ ରାସ୍ତାରେ ସ୍ତ୍ରୀକୁ ଜାଳି ଦେଲା ସ୍ଵାମୀ

0

ଛତ୍ରପୁର : ପାରିବାରିକ କଳହ କେତେ  ଭୟଙ୍କର ହୋଇପାରେ, ତାହାର ଆଉ ଏକ ଜ୍ଵଳନ୍ତ ଦୃଶ୍ୟ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁରେ ଦେଖିବାକୁ ମିଳିଛି । ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତାରେ ସ୍ତ୍ରୀକୁ ଜାଳି ଦେଲା ସ୍ଵାମୀ। ଏମିତି ଘଟଣା ଘଟିଛି ବୁଧବାର ସକାଳେ ଗ୍ରାମର ଗାନ୍ଧି ଛକ ନିକଟରେ।  ଗୁରୁତର ବି.ଆରାମାଙ୍କୁ ପ୍ରଥମେ ଛତ୍ରପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀର ଶତକଡା ୯୦ ଭାଗ ଜଳି ଯାଇଥିବାରୁ ଅବସ୍ଥା ଗୁରୁତର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ମୁକାଡୁ ଓ ଆରାମାଙ୍କ ମଧ୍ୟରେ ଅନେକ ଦିନରୁ ଦାମ୍ପତ୍ୟ କଳହ ଲାଗି ରହିଥିଲା । ବାରମ୍ବାର ଝଗଡ଼ା ପରେ ଆରାମା ନିଜ ବାପଘରକୁ ଚାଲି ଯାଇଥିଲେ । ବୁଧବାର ସକାଳୁ କାମ କରିବା ପାଇଁ ବି. ଆରାମା ଯାଉଥିବା ବେଳେ ଗାନ୍ଧୀ ଛକ ନିକଟରେ ମୁକାଡୁ ତାଙ୍କୁ ରୋକିଥିଲା । ଦୁହିଁଙ୍କ ମଧ୍ୟରେ ବଚସା ହେବା ପରେ ଉତ୍‌କ୍ଷିପ୍ତ ହୋଇ ମୁକାଡୁ ସାଥିରେ ନେଇ ଆସିଥିବା ପେଟ୍ରୋଲ ଆରାମାଙ୍କ ଉପରେ ଢାଳି ଦିଆସିଲି ଲଗାଇ ଜାଳି ଦେଇଥିଲା । ଆରାମାଙ୍କ ଶରୀର ଜଳୁଥିବା ବେଳେ ମୁକାଡୁ ଚମ୍ପଟ ମାରିଥିଲା । ଗ୍ରାମବାସୀ ଆରାମାଙ୍କୁ ଉଦ୍ଧାର କରି ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇ ଥିଲା । ସାମୁଦ୍ରିକ ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀକୁ କାବୁ କରି ଥାନାକୁ ନେଇଛି । ଥାନାରେ କେସ୍‌ ନମ୍ବର ୩୬/୨୦୨୧ ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଆଇଆଇସି ପ୍ରଭାତ କୁମାର ବେହେରା । ତଦନ୍ତ ଚାଲିଥିବା ସେ କହିଛନ୍ତି ।

Leave A Reply

Your email address will not be published.