ନ୍ୟୁୟର୍କ : ନ୍ୟୁୟର୍କରେ ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ ‘ସୋନା’ର ଶୁଭାରମ୍ଭ ହେଲା। ଅଭିନେତ୍ରୀ ରେଷ୍ଟୁରାଣ୍ଟର ଆନୁଷ୍ଠାନିକ ଉଦଘାଟନ ଘୋଷଣା କରି ରେଷ୍ଟୁରାଣ୍ଟରେ ପରଷା ଯାଇଥିବା ସୁସ୍ବାଦୁ ଭାରତୀୟ ବ୍ୟଞ୍ଜନର ଫଟୋ ସେୟାର କରିଛନ୍ତି। ଏହି ମେନୁରେ ଭାରତର ବିଭିନ୍ନ କୋଣର ପ୍ରସିଦ୍ଧ ଖାଦ୍ୟ ରହିଛି।
ଖାଦ୍ୟରେ ଦୋସା, ପକୋଡା, ନାନ୍, ଚଟଣୀ, ଡେଜର୍ଟ ଆଦି ସାମିଲ ରହିଛି। ଯାହାର ଫଟୋ ପ୍ରିୟଙ୍କା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ସେ ରେଷ୍ଟୁରାଣ୍ଟ ଭିତରର ଫଟୋ ଜରିଆରେ ମଧ୍ୟ ଭାରତୀୟ ଖାଦ୍ୟ ର କିଛି ଝଲକ ଦେଖାଇବାକୁ ଚେଷ୍ଟା କରିଛନ୍ତି। ପ୍ରିୟଙ୍କା ପୋଷ୍ଟରେ ଲେଖିଛନ୍ତି- ‘ଉତ୍ତମ ଭାରତୀୟ ଖାଦ୍ୟ ଖାଇବା ପାଇଁ ଯେଉଁ ଇଚ୍ଛା ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ଏହି ଭଲପାଇବାରେ ପରିଣତ ହୋଇଯାଇଛି ଏବଂ ମୁଁ ଆପଣ ସମସ୍ତଙ୍କୁ ଏଠାରେ ଏବଂ ନ୍ୟୁୟର୍କର ମଧ୍ୟଭାଗରେ ଭାରତର ଅନୁଭବ କରିବା ପାଇଁ ସ୍ୱାଗତ କରିବାକୁ ଚାହୁଁଛି ।’
ପ୍ରିୟଙ୍କା ଚୋପ୍ରା ରେଷ୍ଟୁରାଣ୍ଟ ଆରମ୍ଭ ବାବଦରେ ଲେଖିଥିଲେ ଯେ, ‘ସୋନା’ ମୋତେ ସେହି ସବୁ ଭାରତୀୟ ରାନ୍ଧଣା ବାବଦରେ ମନେପକାଇବ, ଯାହାକୁ ଖାଇ ମୁଁ ବଢିଛି । ସୂଚନା ଥାଉ କି ପ୍ରିୟଙ୍କା ଚୋପ୍ରା ଜଣେ ଖାଦ୍ୟପ୍ରେମୀ ବୋଲି ସେ ତାଙ୍କର ଅନେକ ସାକ୍ଷାତକାରରେ କହିଛନ୍ତି। ଅନ୍ୟପକ୍ଷରେ ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ସମୟରେ ବିଭିନ୍ନ ଖାଦ୍ୟର ଫଟୋ ପୋଷ୍ଟ କରିଥାନ୍ତି ।