ବିଦେଶୀ ମଦ ଦୋକାନରେ ଅପମିଶ୍ରିତ ଅଭିଯୋଗ ୩ ଗିରଫ

0

ରାଇରଙ୍ଗପୁର : ପଲ୍ଲୀରୁ ସହର ସବୁଠି ମଦ ଦୋକାନ ଦେଖିବାକୁ ମିଳୁଛି। ସରକାରୀ ଲାଇସେନ୍ସ ଦୋକାନରୁ ପାନ ଦୋକାନ ସବୁଠି ମିଳୁଛି ମଦ । ମଦ ଚାହିଦା ଦେଖି ନକଲି ମଦ କାରବାର ବୃଦ୍ଧି ପାଇ ଚାଲିଥିବା ବେଳେ ଅବକାରୀ ବିଭାଗ ହୋଉ ବା ପୋଲିସ ଚୋରା ବେପାରୀଙ୍କୁ କାବୁ କରି ପାରୁନାହିଁ। ତେବେ ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନରେ ଅପମିଶ୍ରିତ ମଦ ବିକ୍ରି କରି ଅବକାରୀ ବିଭାଗ ହାତରେ ଧରାପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାଇରଙ୍ଗପୁର ଅବକାରୀ କାର୍ଯ୍ୟାଳୟ ଅଧିନସ୍ଥ ବଡାମତଳିଆ ଓ ବିଜାତଳାର ଦୁଇଟି ସରକାରୀ ଠିପି ବନ୍ଦ ଦୋକାନରେ ଅପ ମିଶ୍ରିତ ମଦ ତିଆରି ହୋଉଥିବା ସୂଚନା ପାଇ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ଦୁଇଟି ଦୋକାନର ତିନି ଜଣ କର୍ମଚାରୀଙ୍କୁ ଗିରଫ କରିଛି। ୧୬ ଲିଟର ଅପମିଶ୍ରିତ ମଦ ସହିତ ଠିପି, କର୍କ, ଲେବଲ, ଷ୍ଟିକର ଆଦି ସରଞ୍ଜାମ ମଧ୍ୟ ଜବତ ହୋଇଛି। ଗିରଫ ତିନି ଜଣ ଅଭିଯୁକ୍ତ ହେଲେ ବଡାମତଳିଆ ଦୋକାନର ସାଗର ବେହେରା ଓ ବିଜାତଳା ଦୋକାନର ଶମ୍ଭୁ ମଣ୍ଡଳ ଓ ରାଜୀବ କୁମାର।

Leave A Reply

Your email address will not be published.