ବିଧାୟକ ପତ୍ନୀଙ୍କୁ ଆକ୍ରମଣ କରିବା ସହ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ

0

ଶିମଲା: ହିମାଚଳ ପ୍ରଦେଶରେ ଜଣେ ବିଜେପି ବିଧାୟକ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିବା ସହ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ବିଧାୟକଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ତାଙ୍କ ପତ୍ନୀ ଆଣିଛନ୍ତି । ଯିଏକି ୨୦୨୦ ବ୍ୟାଚ୍ ହିମାଚଳ ପ୍ରଦେଶ ପ୍ରଶାସନିକ ସେବା (ଏଚପିଏଏସ୍) ଅଧିକାରୀ ଅଟନ୍ତି । ଉଭୟ ଚଳିତ ବର୍ଷ ଏପ୍ରିଲ ୨୬ ରେ ବିବାହ କରିଥିଲେ ।

 

ହିମାଚଳ ପ୍ରଦେଶ ପ୍ରଶାସନିକ ସେବା ଅଧିକାରୀ ଓସିନ୍ ଶର୍ମା ଏକ ଭିଡିଓ ଜାରି କରି ସ୍ୱାମୀଙ୍କ ଉପରେ ନିର୍ଯାତନା ତଥା ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏହି ୧୧ ମିନିଟର ଭିଡିଓରେ ସେ କହିଛନ୍ତି ଯେ ଗୁରୁବାର ଦିନ ତାଙ୍କ ସ୍ୱାମୀ ବିଶାଲ ନେହେରିଆ ତାଙ୍କୁ ତିନିଥର ଚାପୁଡ଼ା ମାରିଛନ୍ତି । ଏହାପୂର୍ବରୁ ସେ ତାଙ୍କୁ ଅନେକ ଥର ଶାରୀରିକ ଏବଂ ମାନସିକ ସ୍ତରରେ ହଇରାଣ କରିଥିଲେ । ବିଶାଲ ନେହେରିଆ ହେଉଛନ୍ତି ହିମାଚଳ ପ୍ରଦେଶର ଧର୍ମଶାଳାରୁ ବିଜେପି ବିଧାୟକ ।

 

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଓସିନ୍ ଶର୍ମା ଅଭିଯୋଗ କରିଛନ୍ତି ଯେ ଧର୍ମଶାଳାର ତାଙ୍କ ବିଧାୟକ ସ୍ବାମୀ ଗୁରୁବାର ଦିନ ତାଙ୍କୁ ତିନିଥର ଚାପୁଡ଼ା ମାରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନେହେରିଆ ଅତୀତରେ ତାଙ୍କୁ ଅନେକ ଥର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ ନେହେରିଆ ବିବାହ ପୂର୍ବରୁ ମଧ୍ୟ ଚଳିତ ବର୍ଷ ଫେବୃଆରୀରେ ଏକ ଚଣ୍ଡିଗଡ଼ ହୋଟେଲରେ ତାଙ୍କୁ ଆକ୍ରମଣ କରିଥିଲେ ।

 

ଅକ୍ଟୋବର ୨୦୧୯ରେ ଅନୁଷ୍ଠିତ ଏକ ଉପ-ନିର୍ବାଚନରେ ​​ବିଶାଲ ନେହେରିଆ ପ୍ରଥମ ଥର ପାଇଁ ଧର୍ମଶାଳାରୁ ବିଜେପି ଟିକେଟରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ହିମାଚଳ ପ୍ରଦେଶ ପ୍ରଶାସନିକ ସେବା ଅଧିକାରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିବାହର ଚାରି ଦିନ ପରେ ସେ କୋଭିଡ ପଜିଟିଭ୍ ହୋଇଥିବା ବେଳେ ତାଙ୍କ ବିଧାୟକ ସ୍ୱାମୀ ତାଙ୍କୁ ଘରୁ ବାହାରକୁ ଫିଙ୍ଗି ଦେଇଥିଲେ। ଏହା ପରେ ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁନଥିଲେ, କିନ୍ତୁ ପରେ ସେ ତାଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲେ, ଯାହା ପରେ ସେ ଫେରି ଆସିଥିଲେ ।

Leave A Reply

Your email address will not be published.