ଗଞ୍ଜାମ, : ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଗ୍ରାମରେ ଗୋଷ୍ଠୀ କନ୍ଦଳ କାରଣରୁ ବିଧାୟିକାଙ୍କ ଖଲ୍ଲିକୋଟ ବାସ ଭବନ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏଥିରେ ବିଧାୟକାଙ୍କ ଗ୍ରାମର ଦୁଇ ଜଣ ସମର୍ଥକଙ୍କୁ ଗୋଡେଇ ଗୋଡେଇ ଦୁର୍ବୃତ୍ତ ହାଣିଦେଇଛନ୍ତି ।
ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଧାୟିକାଙ୍କ ନିଜ ଗାଁ ରେ କ୍ରମାଗତ ବୋମା ମାଡ଼ ଚାଲିଥିବା ଜଣାପଡ଼ିଛି ।