ବିଦ୍ୟୁତ ଆଘାତ ଲାଗି ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

0

ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ବଲଣ୍ଡାଠାରେ ବିଦ୍ୟୁତ ଆଘାତ ଲାଗି ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଇଲେକ୍ଟ୍ରିସିଆନ ଅମର ବେହେରା। ଇଲେକ୍ଟ୍ରି ମେଣ୍ଟେନାନ୍ସ କାମ ଚାଲିଥିବା ବେଳେ ବିଦ୍ୟୁତ ଆଘାତ ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ମୁଣ୍ଡ-ଗଣ୍ଡି ଅଲଗା ହୋଇଯାଇଛି। କ୍ଷତିପୂରଣ ବାବଦକୁ ଘରଲୋକ ୩୦ ଲକ୍ଷ ଟଙ୍କା ଦାବି କରିବା ସହ ପରିବାରର ଜଣଙ୍କୁ ପୁନଃ ନିଯୁକ୍ତି ଦାବି ରଖିଛନ୍ତି। ଘଟଣାସ୍ଥଳରେ କୋଲିୟାରୀ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଲୋକଙ୍କୁ ବୁଝାସୁଝା କରୁଛି।

Leave A Reply

Your email address will not be published.