ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

0

ତେଲକୋଇ, : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ହାଲପୋଡି ଗାଁରେ ଅଭାବନୀୟ ଘଟଣା ।ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ ।ମୃତକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ହାଲପୋଡି ଗାଁର ଗୋଲଖ ବିହାରୀ ସାହୁ ।

 

ସୂଚନାନୁସାରେ, ସବୁଦିନ ଭଳି ଶୁକ୍ରବାର ସକାଳୁ ପାଣିପମ୍ପରେ ବିଦ୍ୟୁତ ସଂଯୋଗ କରି କୂଅରୁ ପାଣି ଉଠାଉଥିବା ବେଳେ ଗୋଲଖଙ୍କୁ କରେଣ୍ଟ ଲାଗିଯାଇଥିଲା ।ଯୁବକ ଜଣଙ୍କ କୂଅ ପାଖରେ ସେଠାରେ ବେହୋସ ହୋଇ ପଡିଯାଇଥିଲେ । କୂଅ ପାଖରେ ବେହୋସ ହୋଇ ପଡିଥିବା କିଛି ଲୋକ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ ।

 

ପରିବାର ଲୋକେ ସଙ୍ଗେ ସଙ୍ଗେ ଗୋଲେଖଙ୍କୁ ତେଲକୋଇ ମେଡିକାଲକୁ ଆଣିଥିଲେ ।ଡାକ୍ତର ସେଠାରେ ଗୋଲଖଙ୍କୁ ମୃତ ଘୋଷଣା କରିଥିଲେ ।ଏ ଅଭାବନୀୟ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.