ଭୁବନେଶ୍ୱର : ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରର ଏକ ମାଛ ଫାର୍ମରେ ବିଦ୍ୟୁତ ଦୁର୍ଘଟଣାରେ ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।
ଆଜି ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଅନ୍ତର୍ଗତ ଲଙ୍କାଭାନିଦିବା ଗ୍ରାମରେ ବିଦ୍ୟୁତ ଆଘାତ ଲାଗି ୬ ଓଡ଼ିଆ ଶ୍ରମିକର ମୃତ୍ୟୁ ହୋଇଛି। ଲଙ୍କାଭାନିଦିବା ଗାଁରେ ଦାଦନ ଖଟୁଥିବା ମୃତ ୬ ଓଡ଼ିଆ ଶ୍ରମିକଙ୍କ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଓ ଗଜପତି ଜିଲ୍ଲାରେ।
ଗୁଣପୁର ସହର ସମେତ ଭୀମପୁର ଓ ଗଜପତି ଜିଲ୍ଲା ସାନତିଲି ଗ୍ରାମରୁ କିଛି ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଣ୍ଟୁରକୁ କାମ ଅନ୍ୱେଷଣରେ ଯାଇଥିଲେ। ଲଙ୍କାଭାନିଦିବା ଗାଁରେ ଥିବା ଏକ ଚିଙ୍ଗୁଡ଼ି ପୋଖରୀ ଶ୍ରମିକ ଭାବେ କାମ କରୁଥିଲେ। ରାତିରେ ଶ୍ରମିକମାନେ କ୍ୟାମ୍ପରେ ଶୋଇଥିବା ବେଳେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା। ଫଳରେ କ୍ୟାମ୍ପ ଭିତରେ ଶୋଇଥିବା ୬ ଶ୍ରମିକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସହ ନିଆଁରେ ପୋଡି ଯାଇଥିଲେ। ଖବରପାଇ ଆଜି ସକାଳୁ ଗୁଣ୍ଟୁର ଦମକଳବାହୀନି ଘଟଣା ସ୍ଥଳରେ ପହଞ୍ଚି ମୃତଦେହସବୁକୁ ଉଦ୍ଧାର କରିଥିଲା।