ବିଦ୍ୟୁତ ବିଭାଗର ଚରମ ଅବହେଳା, ଚାଲିଗଲା ନିରୀହ ଜୀବନ

0

ଖୋର୍ଦ୍ଧା : ବିଦ୍ୟୁତ ବିଭାଗର ଚରମ ଅବହେଳା କାରଣରୁ ଚାଲିଗଲା ନିରୀହ ଜୀବନ । ଗାଁ ଦାଣ୍ଡରେ ଖେଳୁଥିବା ଅବସ୍ଥାରେ ମାଡି ବସିଲା ବିଦ୍ୟୁତ ଖୁଣ୍ଟ ଆଉ ଚାଲିଗଲା ଗୋଟିଏ ନିଷ୍ପାପ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଗୁନିଆ ଥାନା ଅନ୍ତର୍ଗତ କେନ୍ଦୁପଲି ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ତିନି ଦିନ ତଳେ ବାଘମାରୀ ବିଦ୍ୟୁତ ସେକ୍ସନ ପକ୍ଷରୁ ନୂତନ ବିଦ୍ୟୁତ ଖୁଣ୍ଟ ପୋତା ଯାଇଥିଲା । କିନ୍ତୁ ଖୁଣ୍ଟ ପୋତି ସେଥିରେ କୌଣସି ଢଳେଇ ନଦେଇ ଚାଲିଯାଇଥିଲେ ବିଦ୍ୟୁତ କର୍ମଚାରୀ । ସେହିପରି ଖୁଣ୍ଟ ପୋତିବା ବେଳେ ଗ୍ରାମରେ ଯାଇଥିବା ପାଣି ପାଇପ୍ ଫାଟିଯାଇ ପାଣି ବାହାରିଥିଲା । ଯାହା ଫଳରେ ଖୁଣ୍ଟଟି ଦବିଯାଇ ମଙ୍ଗଳବାର ସକାଳୁ ଖେଳୁଥିବା ଅବସ୍ଥାରେ ମନୋରଞ୍ଜନ ବେହେରାଙ୍କ ୪ ବର୍ଷର ପୁଅ ସାଇ ରଞ୍ଜନ ବେହେରାଙ୍କ ଉପରେ ପଡିଯାଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ଗୋଟିଏ ନିଷ୍ପାପ ଜୀବନ ଚାଲିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.