ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ

0

ଭଦ୍ରକ, :   ଭଦ୍ରକ ଟାଉନଥାନା ପୋଲିସ ଦ୍ବାରା ଏକ ମୋଟରସାଇକେଲ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରାଯାଇଛି । ସେମାନଙ୍କଠାରୁ ୧୨ ଟି ମୋଟରସାଇକଲ ଜବତ ।ଏହାସହ ଗ୍ୟାଙ୍ଗର ୪ ଜଣଙ୍କୁ  ଗିରଫ କରିଛି ପୋଲିସ ।

ସୂଚନାନୁସାରେ, ଏହି ଘଟଣା ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଅଟେ । ଭଦ୍ରକ ଟାଉନଥାନା ଅଧିନ ବାଇପାସ ବିଶାଲ ମେଗାମାର୍ଟ ସାମନାରୁ ଏକ ବାଇକ ଚୋରି ଅଭିଯୋଗ ହୋଇଥିଲା । ଅଭିଯୋଗର ତଦନ୍ତ କରି ପୋଲିସ ଜଣଙ୍କୁ ଧରିଥିଲା । ତାଠାରୁ ଚୋରି ହୋଇଥିବା ମୋଟର ସାଇକେଲ ଜବତ କରାଯାଇଥିଲା । ତଦନ୍ତ ପରେ ଏକ ବଡ ରାକେଟ ଧରାପଡିଥିଲା ।

ବାଇକ ଲୁଟେରାମାନଙ୍କଠାରୁ ୧୨ ଟି ମୋଟର ସାଇକେଲ ଜବତ ହୋଇଛି ।   ରାକେଟର ୪ ଜଣଙ୍କୁ ମଧ୍ୟ  ଗିରଫ କରାଯାଇଛି ।   ମୋଟରସାଇକେଲର ସମସ୍ତ ତଥ୍ୟ ସାର୍ବଜନୀନ କରିଛି ପୋଲିସ ।  ସମସ୍ତ ତଥ୍ୟ ଦେଖାଇ ବ୍ୟକ୍ତିମାନେ ନିଜ ମୋଟରସାଇକେଲ ନେଇ ଯାଇପାରିବେ ବୋଲି ଭଦ୍ରକ ଏସଡିପିଓ ସାର୍ଥକ ରାୟ କହିଛନ୍ତି ।

Leave A Reply

Your email address will not be published.