ବିଳମ୍ବିତ ରାତିରେ ମହିଳାଙ୍କ ମୃତ୍ୟୁ

0

ଚଣ୍ଡିଖୋଲ : ସ୍ତ୍ରୀଙ୍କ ମୃତ୍ୟୁ, ସ୍ୱାମୀରେ ଥାନାରେ ଅଟକ । ଅସହାୟ ହୋଇପଡିଛନ୍ତି ୩ ଶିଶୁ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଶୁଭଦ୍ରାପୁର ମୁଣ୍ଡାସାହିରେ ଘଟିଛି ଏପରି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ରବି ମୁଣ୍ଡାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ତେବେ କେଉଁ କାରଣ ପାଇଁ ମହିଳାଙ୍କ ମୃତ୍ୟୁ ହୋଇଛତି ।  ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି ।ସେପଟେ ମୃତ ମହିଳାଙ୍କ ସ୍ୱାମୀଙ୍କ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ତେବେ ଦିନ ମଜୁରିଆ ଭାବେ କାମ କରି ପଲିଥିନ ତଳେ ରହି ଆସୁଥିଲେ ପୁରା ପରିବାର । ମାଙ୍କ ଏପରି ମୃତ୍ୟୁ ଓ ବାପାଙ୍କୁ ଥାନାରେ ଅଟକ ରହିଥିବା ବେଳେ ଏବେ ଅସହାୟ ହୋଇ ପଡିଛନ୍ତି ୩ ଜଣ ଶିଶୁ । ଛୋଟ ଛୋଟ ତିନି ଶିଶୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.