କାବୁଲ : ତାଲିବାନ ଆଫଗାନିସ୍ତାନର ଶାସନ ସମ୍ଭାଳିବା ପରଠାରୁ ଦେଶରେ ନାଗରିକଙ୍କ ମଧ୍ୟରେ ଅନିଶ୍ଚିତତା ବଢିବଢି ଚାଲିଛି। ବିଭିନ୍ନ ଦେଶ ଏବେ ଆଫଗାନିସ୍ତାନରୁ ନିଜନିଜ ନାଗରିକଙ୍କୁ ବାହାର କରିଆଣିବା ଲାଗି ବ୍ୟବସ୍ଥା କରିଛନ୍ତି। ହେଲେ ଆତଙ୍କିତ ସ୍ଥାନୀୟ ବାସିନ୍ଦାଙ୍କ ଯୋଗୁ ପ୍ରବାସୀ ବିମାନବନ୍ଦର ପହଞ୍ଚି ପାରୁ ନଥିବା କହିଛନ୍ତି। ଫଳରେ ଗୁରୁବାର ମଧ୍ୟ ଅନେକ ବିଦେଶୀ ବିମାନ ନିଜନିଜ ଦେଶର ସ୍ୱଳ୍ପ ଯାତ୍ରୀଙ୍କୁ ନେଇ ଫେରିବାକୁ ବାଧ୍ୟ ହୋଇଛନ୍ତି। ବିମାନ ବନ୍ଦର ସମ୍ମୁଖରେ ଜନଗହଳି ଲୋକଙ୍କୁ ଆଗକୁ ଛାଡି ଦେଉ ନାହିଁ। ଏଣୁ ଲୋକେ ଯେମିତିସେମିତି ବିମାନ ବନ୍ଦର ପହଞ୍ଚୁଥିଲେ ମଧ୍ୟ ଭିଡ ଠେଲି ଭିତରକୁ ପ୍ରବେଶ କରିନପାରି ନିରାଶ ହେଉଛନ୍ତି। ତେବେ ତାଲିବାନମାନେ ବିଭିନ୍ନ ଚେକ୍ ପୋଷ୍ଟରେ ଲୋକଙ୍କ ଯାତ୍ରା କାଗଜପତ୍ର ଯାଞ୍ଚ କରି ସେମାନଙ୍କୁ ବିମାନ ବନ୍ଦର ପର୍ଯ୍ୟନ୍ତ ଯିବାକୁ ବାଟ ଛାଡି ଦେଉଥିବା ‘ଡେଲି ମେଲ’ରେ ରିପୋର୍ଟ ପ୍ରକାଶ ପାଇଛି। କାବୁଲରେ ପତ୍ନୀଙ୍କ ସହ ଅବସ୍ଥାନ କରୁଥିବା ପୂର୍ବତନ ମେରାଇନ୍ ପଲ ପେନ୍ ଫାର୍ଥିଂ ଗହଳି ରେ ଆଗକୁ ବଢି ନପାରି ସେ ପତ୍ନୀଙ୍କ ସହ ବିମାନବନ୍ଦରରୁ ଫେରି ଆସିଥିବା ଡେଲିମେଲକୁ ସୂଚିତ କରିଛନ୍ତି। କେବଳ ଏହି ବ୍ରିଟିଶ ଦମ୍ପତ୍ତି ନୁହନ୍ତି ବିଦେଶୀ ନାଗରିକମାନେ ଯେଉଁମାନେ ଆଫଗାନିସ୍ତାନରେ ଏନଜିଓ ସହ କାମ କରୁଥିଲେ ସେମାନଙ୍କୁ ନେଇ ଯାଉଥିବା ଏକ ଜାତିସଂଘ ଗାଡ଼ିକୁ ସ୍ଥାନୀୟ ଲୋକେ ଘେରିବାରୁ ସେମାନେ ମଧ୍ୟ ବିମାନ ବନ୍ଦର ପହଞ୍ଚି ପାରି ନାହାନ୍ତି। ତେବେ ଗୁରୁବାର ସକାଳ ସୁଦ୍ଧା ୧୨୦ ଜଣ ବ୍ରିଟିଶ ନାଗରିକ ଆଫଗାନିସ୍ତାନରୁ ଉଦ୍ଧାର ହୋଇପାରିଥିବା ବ୍ରିଟେନ ପ୍ରତିରକ୍ଷା ସଚିବ ବେନ୍ ୱେଲସ୍ କହିଛନ୍ତି। ସେହିପରି ଅପରାହ୍ନ ସୁଦ୍ଧା ଆଉ ୧୩୮ ଜଣ ଫେରିବେ ବୋଲି କହିଥିଲେ। ସେପଟେ କାବୁଲ ବିମାନ ବନ୍ଦର ଚତୁପାର୍ଶ୍ୱରେ ତାଲିବାନ ପ୍ରହରି ପୋଷ୍ଟ ଏବେ ଲୋକଙ୍କ ଲାଗି ଆତଙ୍କର କାରଣ ପାଲଟିଥିବା ଗୁରୁବାର ପ୍ରକାଶିତ ବିଭିନ୍ନ ସମ୍ବାଦପତ୍ରର ରିପୋର୍ଟରେ କୁହାଯାଇଛି। ତେବେ ତାଲିବାନମାନେ କେବଳ ସେହି ଲୋକଙ୍କୁ ଅଟକାଉଛନ୍ତି ଯେଉଁମାନେ ଆଫଗାନିସ୍ତାନର ବାସିନ୍ଦା ବୋଲି କହିଛନ୍ତି। ତେବେ ଆମେରିକୀୟ ନାଗରିକଙ୍କ ସମେତ ଯେଉଁ ଆଫଗାନମାନେ ଦେଶ ଛାଡିବାକୁ ଚାହୁଁଛନ୍ତି ସେମାନଙ୍କୁ ଅନାୟସରେ ତାଲିବାନମାନେ ଯିବାକୁ ଦେବେ ବୋଲି ଆମେରିକୀୟ ଅଧିକାରୀ ଆଶାବ୍ୟକ୍ତ କରିଛନ୍ତି। ଆଫଗାନିସ୍ତାନରୁ ଅନୁନ୍ୟ ୧୦ ହଜାର ଆମେରିକୀୟ ସ୍ଥାନାନ୍ତରିତ ହେବେ। ତେବେ ସର୍ତ୍ତ ଅନୁସାରେ ତାଲିବାନ ପ୍ରତିଟି ଆମେରିକୀୟର ସୁରକ୍ଷିତ ପ୍ରସ୍ଥାନ ବ୍ୟବସ୍ଥା କରିବେ। ଏହା ଛଡା ଆମେରିକାଗାମୀ ବିମାନରେ ଚାହିଁଲେ ଆଫଗାନ ନାଗରିକ ମଧ୍ୟ ଉଠିପାରିବେ ବୋଲି କୁହାଯାଇଛି।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା